ଜନ ଆରୋଗ୍ୟ ସମିତିର ଦକ୍ଷତା ତାଲିମ ଶିବିର
ଗଣିଆ (ମଣିଭଦ୍ରା ଖବର) ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଜନ ଆରୋଗ୍ୟ ସମିତିର ଦକ୍ଷତା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ କିଶୋର ପ୍ରସାଦ,କରଡାପଡା, ବଡସିଲିଙ୍ଗା ପଞ୍ଚାୟତର ସରପଞ୍ଚ,ଓ୍ବାର୍ଡମେମ୍ବର ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି,କମ୍ୟୁନିଟି ହେଲ୍ଥ ଅଫିସର, ମହିଳା ଏବଂ ପୁରୁଷ ସ୍ବାସ୍ଥ୍ୟ କର୍ମୀ,ବିପିଏଲ ଓ ଜଣେ ଲେଖାଏଁ ଶିକ୍ଷକ ଉପସ୍ଥିତ ଥିଲେ । ଏହି ଶିବିର ଦୁଇ ଦିନ ଧରି ଚାଲିବ ବୋଲି ଜଣାପଡିଛି । ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ଏହି ଆରୋଗ୍ୟ ସମିତିର ପ୍ରଥମ ଲକ୍ଷ୍ୟ ବୋଲି ସ୍ବାସ୍ଥ୍ୟ ଅଧିକାରୀ ପ୍ରକାଶ କରିଛନ୍ତି । ଏହି ସମିତିକୁ ସରକାରଙ୍କ ତରଫରୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବା ସହିତ ଏହି ଅର୍ଥ ଜନକଲ୍ୟାଣ କାର୍ଯ୍ୟରେ ଖର୍ଚ୍ଚ ହେବ ବୋଲି ସେ ଜଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق