ଗଣିଆରୁ ପୁଣି ଏକ ବାଇକ୍ ଚୋରୀ
ଗଣିଆ ୦୧/୦୮(ମଣିଭଦ୍ରା ଖବର) ଗଣିଆ ପଞ୍ଚାୟତ ବାଲିସାହି ଗ୍ରାମରୁ ସୋମବାର ଅପରାହ୍ନରେ ଏକ ବାଇକ୍ ଚୋରୀ ହୋଇଥିବା ଜଣାପଡିଛି । ବାଲିସାହି ଗ୍ରାମର ଆନନ୍ଦ ଚନ୍ଦ୍ର ବେହେରା (ଆନ) ନିଜ ଘର ସମ୍ମୁଖରେ ବାଇକଟିକୁ ରଖି ଘର ଭିତରକୁ ଖାଇବାକୁ ଯାଇଥିଲେ । କିଛି ସମୟ ପରେ ବାହାରକୁ ଆସି ଦେଖିବା ବେଳକୁ ସେଠାରେ ତାଙ୍କର ବାଇକ୍ ନଥିଲା । ସେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ବାଇକ୍ ସମ୍ପର୍କରେ କୋୖଣସି ସନ୍ଧାନ ପାଇ ନଥିଲେ । ଫଳରେ ସେ ଗଣିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଖବର ପାଇ ଗଣିଆ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି । ଗତ କିଛି ଦିନ ତଳେ ଦିନ ଦିପହରେ ଗଣିଆ ତଳ ବଜାରରୁ ଏକ ବାଇକ୍ ଚୋରୀ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଚୋର କିମ୍ବା ବାଇକ୍ ସମ୍ପର୍କରେ କୋୖଣସି ପତ୍ତା ମିଳିନାହିଁ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق