BREAKING
Loading...
:

ବନ୍ୟା ଅଞ୍ଚଳରେ ରିଲିଫ ବଣ୍ଟନ କଲା ଭୂବନେଶ୍ବର ରୋଟାରୀ କ୍ଲବ ଅଫ୍ ଫ୍ଳେମିଗୋ

 ବନ୍ୟା ଅଞ୍ଚଳରେ ରିଲିଫ ବଣ୍ଟନ କଲା ଭୂବନେଶ୍ବର ରୋଟାରୀ କ୍ଲବ ଅଫ୍ ଫ୍ଳେମିଗୋ





ଗଣିଆ ୨୧/୦୮(ମଣିଭଦ୍ରା ଖବର) ଗଣିଆ ବ୍ଲକର ୫ଟି ପଞ୍ଚାୟତର ୪୧ଟି ଗ୍ରାମ ବନ୍ୟା ଘେରରେ ରହି ବିଶେଷ ପ୍ରଭାବିତ ହୋଇଛନ୍ତି  । ବନ୍ୟାରେ ଅନେକ ଗରିବ ନିରିହ ଜନସାଧାରଣଙ୍କ କ୍ଷତି ଘଟିଛି । ତେବେ ଏହି ବିପଦ ସମୟରେ ବନ୍ୟା ପ୍ରଭାବିତଙ୍କୁ ସହାୟତାର ହାତ ବଢାଇଛନ୍ତି ଭୂବନେଶ୍ବର ରୋଟାରୀ କ୍ଳବ୍ ଅଫ୍ ଫ୍ଳେମିଗୋ । କ୍ଳବ୍ ସଭାପତି ରୋଟାରିଅନ ସ୍ମିତା ସିନ୍ହା, ସମ୍ପାଦକ ପଙ୍କଜ କୁମାର ସାହୁଙ୍କ ନେତୃତ୍ୱରେ ସାମାଜିକ କର୍ମୀ ସଦାଶିବ ମିଶ୍ର, ଡକ୍ଟର ଜଗନ ବିହାରୀ ସାହୁ ରୋଟାରିଅନ ଅଖିଳ କୁମାର ସାହୁ ଏବଂ ସ୍ବେଚ୍ଛାସେବୀ ଓସ୍ତିଆ, ବସନ୍ତପୁର ଏବଂ ଗୋଛାବାରୀ ଗ୍ରାମରେ ପହଞ୍ଚି ପ୍ରାୟ ୩ ଶହ ପରିବାରକୁ ଚୂଡା, ଚିନି ଏବଂ ବିସ୍କୁଟ ବଣ୍ଟନ କରିଛନ୍ତି । ଆଗାମୀ ଦିନରେ ଗଣିଆ ବ୍ଲକର ବନ୍ୟା ପ୍ରଭାବିତ ସମସ୍ତ ଅଞ୍ଚଳରେ ରିଲିଫ ବଣ୍ଟନ କରାଯିବା ବୋଲି ସମ୍ପାଦକ ପ୍ରକାଶ କରିଛନ୍ତି । ଅସହାୟ ଅବସ୍ଥାରେ ଜୀବନ ଅତିବାହିତ କରୁଥିବା ଜନସାଧାରଣ ରିଲିଫ ପାଇବା ପରେ କ୍ଳବର ସମ୍ପାଦକ ପଙ୍କଜ କୁମାର ସାହୁଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଜଣେ ସାମାଜିକ କର୍ମୀ ଭାବେ ଜଣାଶୁଣା ଶ୍ରୀସାହୁ ପ୍ରତିବର୍ଷ ରକ୍ତଦାନ ଶିବିର ଠାରୁ ଆରମ୍ଭ କରି ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ବେଶ୍ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।  

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS