BREAKING
Loading...
:

ଭିନ୍ନକ୍ଷମଙ୍କୁ ଅଧିକ ସୁବିଧା ଦେବାକୁ ଦାବୀ ।

 ଭିନ୍ନକ୍ଷମଙ୍କୁ ଅଧିକ ସୁବିଧା ଦେବାକୁ ଦାବୀ ।



ଦଶପଲ୍ଲା (ମଣିଭଦ୍ରା ଖବର)

କେନ୍ଦ୍ର ସରକାରଙ୍କ ସୋସିଆଲ୍ ଜଷ୍ଟିସ ଆଣ୍ଡ ଏମ୍ପାୱାରମେଣ୍ଟ ଡିପାର୍ଟମେଣ୍ଟ ଜରିଆରେ ଭିନ୍ନକ୍ଷମ ମାନଙ୍କ ପାଇଁ ପ୍ରସ୍ତୁତ ହେଉଥିବା ସମ୍ଭାବ୍ୟ ଆଇନରେ   ଅଧିକ ସୁବିଧା ସୁଯୋଗ ସୃଷ୍ଟି  କରିବା ପାଇଁ ରାଜ୍ୟ  ସରକାରଙ୍କ ମତାମତ ଲୋଡୁଥିବା ବେଳେ ଦଶପଲ୍ଲାର  ଭିନ୍ନକ୍ଷମ ମାନଙ୍କ ପାଇଁ କାର୍ଯ୍ୟ କରୁଥିବା ଏକମାତ୍ର     ଅନୁଷ୍ଠାନ ଡିଜାବଲ୍ ରିଲିଫ୍ ଅର୍ଗାନାଇଜେସନ୍ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଦଶପଲ୍ଲା ସମେତ ନୂଆଗାଁ ,ଗଣିଆ ଆଦି ବ୍ଲକ୍ ର କିଛି ଭିନ୍ନକ୍ଷମ ମଧ୍ୟ ଯୋଗ ଦେଇଥିଲେ । ଡା.ପ୍ରଫୁଲ୍ଲ କୁମାର ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଉଦ୍ ଘାଟକ ଭାବେ ରାଜ୍ୟ ସରକାରଙ୍କ ବିଭାଗୀୟ ଅଣ୍ଡର ସେକ୍ରେଟାରୀ ସନ୍ୟାସୀ କୁମାର ବେହେରା ଯୋଗଦେଇ ଥିବା ବେଳେ ମୂଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ,ସମ୍ମାନିତ ଅତିଥି ଭାବେ ପ୍ରଭାତୀ ବେହେରା ,ପ୍ରେସ୍ କ୍ଳବ ସଭାପତି ପ୍ରଶାନ୍ତ କୁମାର ସାହୁ ଯୋଗ ଦେଇ ଏସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଶେଷରେ ଭିନ୍ନକ୍ଷମ ମାନଙ୍କୁ ୟୁଡିଆଇଡି କରିବାକୁ ଅଧିକ ସମୟ ଦେବା,ଆବାସ ଯୋଜନାରେ ମିଳୁଥିବା ଘର ସଂଖ୍ୟାର ୧୦ପ୍ରତିଶତ ଦେବା,ଚାକିରି କ୍ଷେତ୍ରରେ ୧୦ପ୍ରତିଶତ ସଂରକ୍ଷଣ ଦେବା ଏବଂ ରାଜନୀତି କ୍ଷେତ୍ରରେ ମଧ୍ୟ ସରପଞ୍ଚ ଠାରୁ ବିଧାୟକ ପର୍ଯ୍ୟନ୍ତ ୧୦ପ୍ରତିଶତ ସଂରକ୍ଷଣ  ଦେବା ପାଇଁ ଦାବୀ କରାଯାଇଛି । ଏହି ଚିଠା ପ୍ରସ୍ତାବ ରାଜ୍ୟ ସରକାରଙ୍କ ଜରିଆରେ କେନ୍ଦ୍ର ସରକାରଙ୍କୁ ପଠାଯିବା ପାଇଁ ସ୍ଥିର କରାଯାଇଥିଲା ।

Post a Comment

أحدث أقدم
Header ADS