ପାଞ୍ଚବର୍ଷ ହେଲା ଶ୍ରମିକଙ୍କୁ ଠକୁଛନ୍ତି ସରକାର !
ଦଶପଲ୍ଲା (ମଣିଭଦ୍ରା ଖବର)
ରାଜ୍ୟ ସରକାରଙ୍କ ନୟାଗଡ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଚିଠି ତା୩୦।୬।୨୦୧୭ ଅନୁଯାୟୀ ଶ୍ରମିକ ମାନଙ୍କ ପଂଜିକରଣ ଏବଂ ପରିଚୟ ପତ୍ର ଦେବା ପାଇଁ ତା ୨୦।୦୯।୨୦୧୭ ସୁଦ୍ଧା ଦରଖାସ୍ତ ଆହ୍ଵାନ କରାଯାଇଥିଲା । ସେହି ଅନୁଯାୟୀ ପଂଜିକୃତ ହୋଇ ନଥିବା ଶ୍ରମିକ ମାନେ ଦରଖାସ୍ତ କଲେ। ତା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତା୧୧।୧୦।୨୦୧୭ ସୁଦ୍ଧା ପରିଚୟ ପତ୍ର ଦେବାପାଇଁ ପତ୍ର ପ୍ରେରଣ କରିଥିଲେ । ଏବେ ପାଞ୍ଚବର୍ଷ ହେଲାଣି ଶ୍ରମିକ ମାନେ ପରିଚୟ ପତ୍ର ପାଇନଥିବା ଯୋଗୁ କୌଣସି ସୁବିଧା ସୁଯୋଗ ପାଇପାରୁ ନାହାନ୍ତିବୋଲି ଅଭିଯୋଗ ହେଉଛି ।ଏହା ମଧ୍ୟରେ କେତେ ସଭାସମିତି,ଜିଲ୍ଲାପାଳଙ୍କୁ ଗୁହାରି, ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଆଦି ସବୁ ସରିବା ପରେ ବି ଏମାନଙ୍କ କଥା କେହି ବୁଝୁ ନାହାନ୍ତି ।ଆଜି ଦଶପଲ୍ଲା ମହାବୀରଙ୍କ ମନ୍ଦିର ପାଖରେ ଦୀପଜାଳି ଅଭିନବ ପ୍ରତିବାଦ କରିଛନ୍ତି କଳିଙ୍ଗ ନିର୍ମାଣ ଶ୍ରମିକ ମଞ୍ଚ ଏବଂ ଜିଲ୍ଲା ଶ୍ରମିକ ମହାସଂଘର ସଭାପତି ଶୂନ୍ୟଜୟୀ ମିଶ୍ର, ସଇନ୍ଦ୍ରୀ ନାୟକ,ପ୍ରଭାତ ମିଶ୍ର, କିଶୋର ଦଳବେହେରା, ନିତ୍ୟାନନ୍ଦ ନାଏକ, ରବିନ୍ଦ୍ର ଶତପଥୀ, ବିଭୀଷଣ ମଳିକ, ଭଗବାନ ବେହେରା ଏବଂ ଅନ୍ୟ ମାନେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق