BREAKING
Loading...
:

ମହାନଦୀ ସାହିତ୍ୟ ସଂସଦର କର୍ମକର୍ତ୍ତା ଚୟନ

 ମହାନଦୀ ସାହିତ୍ୟ ସଂସଦର କର୍ମକର୍ତ୍ତା ଚୟନ

ଶ୍ୟାମାଓଁ ପ୍ରସାଦ ମିଶ୍ର ସଭାପତି ଓ ସୌରଭ ରଞ୍ଜନ ଖମାରୀ ସଂପାଦକ 

 ସ୍ଥାନୀୟ କଳା, ସଂସ୍କୃତିକୁ ବିଶ୍ବ ଦରବାରରେ ପହଞ୍ଚାଇବା ଲକ୍ଷ୍ୟ: ଶ୍ୟାମାଓଁ 



ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସଭାପତି ରୂପେ ବରିଷ୍ଠ ଆଇନଜୀବୀ ଶ୍ୟାମାଓଁପ୍ରସାଦ ମିଶ୍ର ଉପସଭାପତି ଭାବେ ଡକ୍ଟର ପୁରୁଷୋତ୍ତମ ମିଶ୍ର, ସାଧାରଣ ସମ୍ପାଦକ ଡକ୍ଟର ସୌରଭ ରଂଜନ ଖମାରୀ,ସହ ସମ୍ପାଦକ ଲକ୍ଷ୍ମୀନାରାୟଣ ସାହୁ,କୋଷାଧ୍ୟକ୍ଷ ବନମାଳି ପଣ୍ଡା ନିର୍ବାଚିତ ହୋଇଛନ୍ତି । ଏହା ସହ କାର୍ଯ୍ୟକାରୀ କମିଟିକୁ ବେଣୁଧର ପ୍ରଧାନ, ପ୍ରଦ୍ୟୁମ୍ନ କୁମାର ସାହୁ,କ୍ଷୀରୋଦ ବିହାରୀ ବିଶ୍ବାଳ ଓ ଡକ୍ଟର ଦେବାଶିଷ ପାଣ୍ଡିଆ ଏବଂ ସଦସ୍ଯ-ଉପଦେଷ୍ଟା ରୂପେ ନାଟ୍ୟଶ୍ରୀ ଗଦାଧର ବାରିକ ସର୍ବ ସମ୍ମତି କ୍ରମେ ଆଗାମୀ ଦୁଇ ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି । ଅନୁଷ୍ଠାନର ସଭାଗୃହରେ  ବିଦାୟୀ ସଭାପତି ଗଦାଧର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନିର୍ବାଚନ ଅଧିକାରୀ ଭାବରେ ଅମ୍ବୁଜ ବିହାରୀ ଶତପଥୀ ନିର୍ବାଚନ ପରିଚାଳନା କରିଥିଲେ ।ସାଧାରଣ ସମ୍ପାଦକ ଡକ୍ଟର ଖମାରୀ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ ।ଏହି ଅବସରେ ସଂସଦର ଆଗାମୀ କାର୍ଯ୍ୟକ୍ରମ  ବିଷୟରେ ବିଷଦ ଆଲୋଚନା କରାଯାଇଥିଲା । ନୂତନ କମିଟିର କର୍ମକର୍ତ୍ତାଙ୍କ ସହ ସକ୍ରିୟ ସହଯୋଗ ପୂର୍ବକ ସଫଳ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ  କରାଯାଇଥିଲା । ତେବେ ସୁବର୍ଣ୍ଣପୁର ଜିଲ୍ଲାର କଳା ଓ ସଂସ୍କୃତିକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପ୍ରଚାର ପ୍ରସାର ପାଇଁ ମହାନଦୀ ସାହିତ୍ୟ ସଂସଦ ଉଦ୍ୟମ କରିବ ବୋଲି ନୂତନ ସଭାପତି ଶ୍ୟାମାଓଁ ପ୍ରସାଦ ମିଶ୍ର କହିଛନ୍ତି ।  


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର


Post a Comment

أحدث أقدم
Header ADS