BREAKING
Loading...
:

ଗାତେରୀ ପଞ୍ଚାୟତ ରେ ବନ ମହୋତ୍ସବ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

 ଗାତେରୀ ପଞ୍ଚାୟତ ରେ ବନ ମହୋତ୍ସବ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ



ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା  ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଗାତେରୀ ପଞ୍ଚାୟତ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।୭୩ ତମ ବନ ମହୋତ୍ସବ ସପ୍ତାହ ରେ ଗାତେରୀ ପଞ୍ଚାୟତ  ଭାଲିଆ ପଦର ରାସ୍ତା ପାର୍ଶ୍ବରେ ବୃକ୍ଷ ରୋପଣ କରାଯାଇଥିଲା। ନୟାଗଡ ବନଖଣ୍ଡ ଅଧିକାରିଣୀ କ୍ଷମା ଷଡ଼ଙ୍ଗୀ,ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା,ସରପଞ୍ଚ ଙ୍କ ପ୍ରତିନିଧି ସରୋଜ କୁମାର ସାହାଣୀ, ମହିପୁର ବନାଞ୍ଚଳ ଅଧିକାରୀ ଅମ୍ରିତ କୁମାର ସାହୁ,ନାଏବ ସରପଞ୍ଚ ପ୍ରଶାନ୍ତ କୁମାର,ସମାଜ ସେବୀ ରାଜେନ୍ଦ୍ର କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି ରାସ୍ତା ପାର୍ଶ୍ଵରେ  ବୃକ୍ଷ ରୋପଣ କରିଥିଲେ। ସରପଞ୍ଚ ଙ୍କ ପ୍ରତିନିଧି ସରୋଜ କୁମାର ସାହାଣୀ ଙ୍କ ପ୍ରଚେଷ୍ଟା ଯୋଗୁଁ  ଗାତେରୀ ପଞ୍ଚାୟତ ରେ ପ୍ରତ୍ୟେକ କାର୍ଯକ୍ରମ  ସଫଳତା ସହ ସମ୍ପାଦିତ ହେଉଥିବାରୁ ସରପଞ୍ଚ ଙ୍କ ପ୍ରତିନିଧି ଙ୍କ କାର୍ଯ୍ୟକୁ ଜନସାଧାରଣ ରେ ପ୍ରଶଂସା କରାଯାଇଛି। 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS