ବେଲପଡା ପ୍ରାଥମିକ ବିଦ୍ୟାଳୟରୁ ଛାତ୍ର ନିଖୋଜ
ଗଣିଆ ୦୩/୦୨(ମଣିଭଦ୍ରା ଖବର) ଗଣିଆ ବ୍ଳକ ବେଲପଡାପାଟଣ ପ୍ରାଥମିକ ବିଦ୍ୟାଳୟରୁ ଜଣେ ଛାତ୍ର ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । ଘଟଣାରୁ ଜଣାପଡିଛି ମଙ୍ଗଳବାର ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ୫ମ ଶ୍ରେଣୀ ଛାତ୍ର ଭୋଳାନାଥ ମଳିକ ପ୍ରଧାନଶିକ୍ଷୟତ୍ରୀ ମନିଶା ସେନାପତିଙ୍କୁ କହି ଝାଡ଼ା ଯିବେ ବୋଲି କହି ବିଦ୍ୟାଳୟରୁ ଚାଲି ଆସିଥିଲେ । ୪ଟା ପର୍ଯ୍ୟନ୍ତ ସେ ବିଦ୍ୟାଳୟକୁ ନ ଆସିବା ପରେ ଶିକ୍ଷୟିତ୍ରୀ ଜଣକ ଗ୍ରାମର ଜଣେ ପିଲାଙ୍କ ସାଙ୍ଗରେ ଭୋଳାର ବ୍ୟାଗ ଘରକୁ ପଠାଇ ଦେଇଥିଲେ । ତେବେ ଛାତ୍ର ଜଣକ ଘରକୁ ନଯିବା ପରେ ଘର ଲୋକେ ଖୋଜାଖୋଜି କରିଥିଲେ । ଦମକଳ ବାହିନୀକୁ ଖବର ଦେବା ପରେ ବିଦ୍ୟାଳୟ ପାଖରେ ଥିବା ପୋଖରୀରେ ପ୍ରାୟ ୨ ଘଣ୍ଟା ଧରି ଖୋଜିଥିଲେ ମଧ୍ୟ ଛାତ୍ର ଜଣକ ମିଳି ନାହିଁ । ତେବେ ଛାତ୍ର ଜଣକ କୁଆଡେ ଗଲା ସେ ସମ୍ପର୍କରେ କେହି ବି କିଛି କହିପାରୁ ନାହାନ୍ତି । ଛାତ୍ର ଜଣକ ବେଲପଡା ମଳିକ ସାହି ବିଜୟ ମଳିକଙ୍କର ପୁଅ ବୋଲି ଜଣାପଡିଛି । ତେବେ ଭୋଳାଙ୍କର ନିଖୋଜରେ ପରିବାରରେ ଶୋକର ଛାୟା ଖେଳିଯାଇଥିବା ବେଳେ ମା' ବାରମ୍ବାର ଚେତାଶୂନ୍ୟ ହୋଇ ପଡ଼ୁଛନ୍ତି । ତେବେ ଯଦି କେହି ସହୃଦୟ ବ୍ୟକ୍ତି ଭୋଳାର ସନ୍ଧାନ ପାଆନ୍ତି ତେବେ ତୁରନ୍ତ ଗଣିଆ ଥାନାରେ ଜଣାଇବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତିି ।
ମଣିଭଦ୍ରା ଖବର, ଗଣିଆ


Post a Comment