BREAKING
Loading...
:

ହଲିମ ଖାଁ ଗଣିଆ ବ୍ଳକ କଂଗ୍ରେସ କମିଟିର ସଭାପତି ନିଯୁକ୍ତ

 ହଲିମ ଖାଁ ଗଣିଆ ବ୍ଳକ କଂଗ୍ରେସ କମିଟିର ସଭାପତି ନିଯୁକ୍ତ 



ଗଣିଆ ୦୩/୦୨(ସମିସ) ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସଙ୍କ ଅନୁମୋଦନ କ୍ରମେ ନୟାଗଡ ଜିଲ୍ଲାର ୮ଟି ବ୍ଳକ ଏବଂ ଏନଏସିର ନୂତନ ସଭାପତି ନିଯୁକ୍ତ ହୋଇଥିବା ଜଣାପଡିଛି । ଏହି ଅବସରରେ ଗଣିଆ ବ୍ଳକ ସଭାପତି ଭାବେ ବରିଷ୍ଠ କଂଗ୍ରେସ ନେତା ହଲିମ୍ ଖାଁଙ୍କୁ ମନୋନୀତ କରାଯାଇଥିବା ଜଣାପଡ଼ିଛି । ଶ୍ରୀ ଖାଁ ନୂତନ ସଭାପତି ଭାବେ ମନୋନୀତ ହେବା ପରେ ଗଣିଆ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ସଭାପତି ମନୋନୀତ ହେବା ପରେ ସେ ରାଜ୍ୟ ସଭାପତି ଭକ୍ତ ଚରଣ ଦାସ ଏବଂ ଜିଲ୍ଲା ସଭାପତି ରଣଜିତ୍ ଦାସଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ରାଜ୍ୟର ତିନୋଟି ପ୍ରମୁଖ ଦଳ ବିଜେପି,ବିଜେଡି ଏବଂ କଂଗ୍ରେସ ସଂଗଠନ ମଜବୁତ କରୁଥିବା ଦେଖିବାକୁ ମିଳିଛି ।



ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS