BREAKING
Loading...
:

ଲକ୍ଷ୍ମୀ ମନ୍ଦିର ପାଇଁ ଭୂମି ପୂଜା ଅନୁଷ୍ଠିତ

 ଲକ୍ଷ୍ମୀ ମନ୍ଦିର ପାଇଁ ଭୂମି ପୂଜା ଅନୁଷ୍ଠିତ 



ସୁବର୍ଣ୍ଣପୁର (ମଣିଭଦ୍ରା ଖବର) ଆଜି ହେରା ପଞ୍ଚମୀ ତିଥିରେବୌଦ୍ଧ ଜିଲ୍ଲା ମନମୁଣ୍ଡା ଗ୍ରାମରେ ବିରାଜିତ ଶ୍ରୀ ଶ୍ରୀ ଦଧିବାମନ ଜୀଉ ଙ୍କ ମନ୍ଦିର ଚୌହଦୀ ମଧ୍ୟରେ ଏକ ଲକ୍ଷ୍ମୀ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନୋତ୍ସବ ଅନୁଷ୍ଠିତ ହୋଇଯାଇଛି।ମନମୁଣ୍ଡା ଅଞ୍ଚଳର ବିଶିଷ୍ଟ ବ୍ୟବସାୟୀ ଦଥା ଉଦ୍ୟକ୍ତା ଶ୍ରୀଯୁକ୍ତ ଆଶିଷ କୁମାର ସାହୁ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଜୁବୁଲି ସାହୁ କର୍ତ୍ତା ଦାୟିତ୍ୱ ନିର୍ବାହ  କରି ମୋର ଅଜା ତଥା ମନମୁଣ୍ଡା ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ସ୍ୱର୍ଗତ କାର୍ତ୍ତିକ ସାହୁ ସରପଞ୍ଚ ଥିବା ସମୟରେ ଦଧିବାମନ ମନ୍ଦିର ପ୍ରତି ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଆଜି ସାର୍ଥକ ହେବାକୁ ଯାଉଅଛି ବୋଲି ଶ୍ରୀଯୁକ୍ତ ସାହୁ କହିଥିଲେ।ଶ୍ରୀଯୁକ୍ତ ମେଘନାଦ ପାଣିଗ୍ରାହୀ(ଗୁଡ଼ପଙ୍ଗା)ବ୍ୟାସ ରୂପେ ଯୋଗଦେଇ ସମସ୍ତ ପ୍ରକାର ପୂଜର୍ଚ୍ଚନା  କରିବା ସହିତ ମାତା ଲକ୍ଷ୍ମୀ ଙ୍କର ନୂତନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟ ସମାପନ କରିଥିଲେ।।ଏହି ଉପଲକ୍ଷେ ଗ୍ରାମର ଶ୍ରଦ୍ଧାଳୁ ଓ ଧାର୍ମିକ ମହିଳା ମାନେ ଯୋଗଦେଇ ତେଲନଦୀର ସୂବର୍ଣ୍ଣମେରୁ ଘାଟରେ ପୂଜକଙ୍କ ଦ୍ବାରା ଘାଟପୂଜା ସରିଲା ପରେ ଏକ ସଭାଯାତ୍ରାରେ ଜଳପୂର୍ଣ୍ଣ କଳସୀ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ।ଏହି କାର୍ଯ୍ୟରେ ଶ୍ରୀଯୁକ୍ତ ପାଣିଗ୍ରାହୀ ଙ୍କୁ ମନ୍ଦିର ର ମୁଖ୍ୟ ପୂଜକ ଆଶୁତୋଷ ହୋତା ଓ ରଘୁନାଥ ହୋତା ପୂର୍ଣ୍ଣ ସହଯୋଗ କରିଥିଲେ।ମନ୍ଦିର ପରିଚାଳନା କମିଟିର ସଭାପତି ବିପ୍ର ଚନ୍ଦ୍ର ବେହେରା ସମ୍ପାଦକ ଗଣେଶ ଲୋଇ କୋଷାଧ୍ୟକ୍ଷ ନରେନ୍ଦ୍ର ମେହେର, ସଭ୍ୟ ନିରଞ୍ଜନ ହୋତା, ଦଶରଥ ମେହେର, ଚନ୍ଦ୍ରଶେଖର ମେହେର, ପରମେଶ୍ବର ମେହେର ଓ ଶୁଶିଲ୍ କୁମାର ମେହେର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶ୍ରୀ ଲକ୍ଷ୍ମୀ ଙ୍କର ମନ୍ଦିରର ଭୂମି ପୂଜନୋତ୍ସବ ସୂଚାରୁ ରୂପେ ସମ୍ପାଦନ ହୋଇଥିଲା। 

ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS