ରାତ୍ରୀ କାଳୀନ ଚଢ଼ାଉ -
ବେନିୟମ ବାଲି ଚାଲାଣ ନିମନ୍ତେ
0୩ ଗୋଟି ଟ୍ରାକ୍ଟର କୁ ୭୫ହଜାର ଟଙ୍କା ଜୋରିମାନା -l
ସୁବର୍ଣ୍ଣପୁର (ମଣିଭଦ୍ରା ଖବର) ସୋନପୁର- ମନମୁଣ୍ଡା ବ୍ରିଜ ତଳ ତେଲ ନଦୀ ରୁ 0୩ ଗୋଟି ଟ୍ରାକ୍ଟର, କୁ ବେନିୟମ ବାଲି ଚାଲାଣ କରୁଥିବା ସମୟରେ ଉପଜିଲ୍ଲାପାଳ ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କ ତତ୍ୱାବଧାନରେ ତହସିଲଦାର ସୋନପୁର ଶ୍ରୀ ନଵୀନ କିଶୋର ପାଢ଼ୀ , ଆର ଆଇ ସୁଧୀର ପାଣ୍ଡିଆ ପ୍ରମୁଖ ଚଢ଼ାଉ କରି ବେନିୟମ ବାଲି ଚାଲାଣ ନିମନ୍ତେ ଟ୍ରାକ୍ଟର ପ୍ରତି ଟ. ୨୫,000 ହଜାର ହିସାବରେ ମୋଟ ଟ.୭୫,000/-ଙ୍କା ଜୋରିମାନା କରିଛନ୍ତି l ଏହି ଚଢ଼ାଉ ସମୟରେ ତହସିଲ କାର୍ଯ୍ୟାଳୟ ର ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ସାମିଲ ରହିଥିବା ବେଳେ ଏହି ରାତ୍ରୀ କାଳୀନ ଚଢ଼ାଉ ଆଗକୁ ମଧ୍ୟ ଜାରିରହିବ ବୋଲି ତହସିଲଦାର ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
Post a Comment