ହେପିନେସ କାର୍ଯ୍ୟକ୍ରମ ଉଦଯାପିତ l
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଆର୍ଟ ଅଫ ଲିଭିଙ୍ଗ ତରଫରୁ ଛଅ ଦିନିଆ ହେପିନେସ କାର୍ଯ୍ୟକ୍ରମ (ଆନନ୍ଦ ଅନୁଭୂତି) ଶିବିର ଅନୁଷ୍ଠିତ ହୋଇଥିଲା। ରବିବାର ଦିନ ଏହି ଶିବିର ଉଦଯାପିତ ହୋଇଥିଲା। । ଏହି ଅବସରରେ ବିଶ୍ଵ ପ୍ରସିଦ୍ଧ ସୁଦର୍ଶନ କ୍ରିୟାକୁ ଜୟଶ୍ରୀ ପଣ୍ଡା ଓ ବରୁଣ ମହନ୍ତ ତତ୍ତ୍ଵ ବିଧାନରେ ପ୍ରଶିକ୍ଷିତ କରାଯାଇଥିଲା ।ଏହି ପ୍ରଶିକ୍ଷଣରେ ୩୨ ଜଣ ଶାରୀରିକ ଓ ମାନସିକ ସ୍ତରରେ ଉପକୃତ ହୋଇଥିଲେ।ଏହି ଶିବିରରେ ବିଭିନ୍ନ ଆଧାତ୍ମିକତା ଜ୍ଞାନ ଓ କୌଶଳ ଆଲୋଚନା ହୋଇଥିଲା।। ଉକ୍ତ ଶିବିରକୁ ବନମାଳି ପଣ୍ଡା, ଅଧ୍ୟାପିକା ପ୍ରତିମା ରଥ, ଅନୁପ ଦର୍ଜୀ, ଶରତ ଶତପଥୀ, ନବ କିଶୋର ମିଶ୍ର, ଅମିତ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
إرسال تعليق