ଲଗାଣ ବର୍ଷା ରେ ନୂଆଗାଁ ବ୍ଲକ୍ ଜଳମଗ୍ନ
ନୂଆଗାଁ (ମଣିଭଦ୍ରା ଖବର)ଲଗାଣ ବର୍ଷା ଯୋଗୁଁ ନୂଆଗାଁ ବ୍ଲକ୍ ର ୨୨ ପଞ୍ଚାୟତ ଜଳମଗ୍ନ ହୋଇଛି।ଗତକାଲି ରାତ୍ର ସାରା ଲଗାଣ ବର୍ଷା ଯୋଗୁଁ ଡାହୁକା, ବାଘୁଆ, ବେଲପା ଆଦି ନଦୀ ରେ ପ୍ରବଳ ପାଣି ଆସିବା ଦ୍ବାରା ନଦୀ ଜଳ ଜମି ରେ ମାଡ଼ି ଜମି ଗୁଡିକ ଜଳମଗ୍ନ ଦେଖାଯାଉଥିଲା।ଏପରିକି ଲଗାଣ ବର୍ଷା ଯୋଗୁଁ ଗୂମି ,ସୋରଡ଼ା ପଞ୍ଚାୟତ ର ଜଗନ୍ନାଥ ପ୍ରସାଦ ବ୍ରିଜ ରାସ୍ତା, ଡାକ ଢୋଲ ସହିତ ପାରା ଢିପି ଏବଂ ମାଳିସାହି ପଞ୍ଚାୟତ ର ବିଭିନ୍ନ ରାସ୍ତା ରେ ଜଳ ଅତିକ୍ରମ କରିବା ଦ୍ୱାରା ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।କୃଷକ ମାନଙ୍କ ଚାଷ ଜମି ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଥିଲା।ଯାହାଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ଦେଖିବାକୁ ମିଳିଛି ।ତେବେ ଏପଟେ ବୋଲବମ୍ କାଉଁଡିଆ ମାନଙ୍କୁ ପରିବେଶ ସୁହାଇଥିବା ଯୋଗୁଁ କାଉଁ ଡ଼ିଆ ମାନେ ମନଖୁସିରେ ପାଣି ଭାର ନେଇ ଯାତ୍ରା କରିଥିବା ଦେଖିବାକୁ ମିଳିଛି।
ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ
إرسال تعليق