BREAKING
Loading...
:

ସୁବର୍ଣ୍ଣପୁର ଅବକାରୀ ବିଭାଗ ର ଚଢାଉ : 81କେଜି ଗଂଜେଇ ସହ ଏକ ଗିରଫ

 ସୁବର୍ଣ୍ଣପୁର ଅବକାରୀ ବିଭାଗ ର ଚଢାଉ : 81କେଜି ଗଂଜେଇ ସହ ଏକ ଗିରଫ l 




ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ସୁବର୍ଣ୍ଣପୁର ଜିଲ୍ଲାରେ ନୂତନ ଭାବେ ଯୋଗ ଦେଇ ଥିବା ଅବକାରୀ ଅଧିକ୍ଷକ ସୁମତୀ ତ୍ରିପାଠୀ ଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଅବକାରୀ ବିଭାଗ ର ଏକ ସ୍ୱତନ୍ତ୍ର ଟିମ ଏକ ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ ସୁବର୍ଣ୍ଣପୁର ଜିଲ୍ଲା  ତରଭା ବ୍ଲକ ମାରାଡୁଗୋଚ୍ଛା ଗ୍ରାମ ନିକଟ ରେ ଏକ ବୋଲେରୋ କୁ ଅଟକାଇ ଥିଲେ l ତେବେ ଗାଡି କୁ ଯାଞ୍ଚ ବେଳେ ଗାଡ଼ିରେ ଗଂଜେଇ ଥିବା ଜଣା ପଡିଥିଲା l  ତେବେ ଗ୍ରେ କଲର ବୋଲେରୋ ସହ ଗଂଜେଇ କୁ ଜବତ କରିବା ସହ ଗାଡ଼ିରେ ଥିବା ନଙ୍ଗଳକଟା ଗ୍ରାମ ର କିଶୋର ନାୟକ ଙ୍କୁ ଗିରଫ କରାଯାଇଛି l ଗଂଜେଇ ର ପରିମାଣ 81 କେଜି ହେବ ବୋଲି ସୂଚନା ଦିଆଯାଇଛି l  ଏହି ଚଢ଼ାଉ ରେ ଅବକାରୀ ନିରୀକ୍ଷକ ରାଧାକାନ୍ତ ଭୋଇ, ଏସ ଆଇ ସୁଧୀର ମିଶ୍ର, ପିଣ୍ଟୁ ସାହୁ, ପୃଥ୍ୱୀରାଜ କୁମାର, କୀର୍ତ୍ତନ ନାୟକ ଙ୍କ ସହ ଅବକାରୀ ବିଭାଗ ର କର୍ମଚାରୀ ମାନେ ସାମିଲ ଥିଲେ l 


ରିପୋର୍ଟ ଉଗ୍ରସେନ କର୍ମୀ ସୁବର୍ଣ୍ଣପୁର 


Post a Comment

أحدث أقدم
Header ADS