ଦୈପ୍ରଦୀ ମୁର୍ମୁଙ୍କୁ ଭୋଟ ଦେଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ
ଭୁବନେଶ୍ୱର (ମଣିଭଦ୍ରା ଖବର) ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଦାନ ପ୍ରକ୍ରିୟା ଚାଲୁ ରହିଛି । ତେବେ ଦଳର ନିଷ୍ପତ୍ତିକୁ ଅଗ୍ରାହ୍ଯ କରି କ୍ରସ ଭୋଟିଂ କରିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ସେ ଦୈପ୍ରଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି । ମୋକିମ କ୍ରମ ଭୋଟିଂ କରିବା ଫଳରେ ଦଳରେ କମ୍ପନ ସୃଷ୍ଟି ହୋଇଛି । ମୋକିମ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ମୁଁ ମୋ ବିବେକ ଅନୁସାରେ ଭୋଟ ଦେଇଛି । ଓଡ଼ିଶାର ଗର୍ବ ପାଇଁ ଜଣେ ଓଡ଼ିଆ ଝିଅକୁ ଭୋଟ ଦେଇଥିବା କଥା ସେ ପ୍ରକାଶ କରିଛନ୍ତି । ଦୈପ୍ରଦୀଙ୍କୁ ଭୋଟ ଦେଇଥିବାରୁ ମହମ୍ମଦ ମୋକିମଙ୍କୁ କୃତଜ୍ଞତା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق