ତପସ୍ୟା ଶିଶୁ ଗୃହ ରାସ୍ତାରେ ପାଣି, ଯାତାୟତରେ ବାଧା
ନୟାଗଡ଼ (ମଣିଭଦ୍ରା ଖବର) ଘଡୁଆଲ ରେ ଥିବା ତପସ୍ୟା ଶିଶୁ ଗୃହରେ ଥିବା ଅନାଥ ଆଶ୍ରମ ଝିଅ ମାନେ ସ୍କୁଲ କୁ ଯିବା ପାଇଁ ବାଧକ ସୃଷ୍ଟି ହେଉଛି । ଲଗାଣ ବର୍ଷା ହେବା ଦ୍ୱାରା ନୟାଗଡ଼ ସିନ୍ଦୁରିଆ,ଦୁର୍ଗାପ୍ରସାଦ ର ଡ୍ରେନେଜ ପାଣି ସବୁ ଘଡୁଆଲ ରେ ଥିବା ତପସ୍ୟା ଶିଶୁ ଗୃହ ଦେଇ ଯାଉଥିବାରୁ ଛୋଟ ଛୋଟ ଛୁଆ ମାନେ ସ୍କୁଲ ଯିବା ପାଇଁ ଅସୁବିଧା ହେଉଛି । ସେହି ରାସ୍ତା ରେ ପ୍ରବଳ ମାତ୍ରା ରେ ପାଣି ଯିବା ଦ୍ୱାରା ରାସ୍ତା ଆଣ୍ଠୁଏ ଖାଲ ହେଵା ସହିତ ରାସ୍ତା ପାଣି ଦ୍ୱାରା ତାଡି ହୋଇ ଯାଇଛି ।
ଏହା ଦ୍ୱାରା ପିଲା ମାନେ ଯିବା ଆସିଵା ପାଇଁ ଅସୁବିଧା ହେଉଛି ଓ ଯିବ ଯନ୍ତୁ ସାପ ସରି ସୃପ ସେହି ପାଣି ରେ ଯିବା ଆସିବା କରୁଛନ୍ତି । ବର୍ଷା ଛାଡିଲେ ମଧ୍ୟ ପାଣି ବନ୍ଦ ହେଉନାହିଁ । ପାଣି କାଦୁଅରେ ଯାତାୟତ କରି ଛାତ୍ରୀ ମାନେ ଥଣ୍ଡା ରୋଗରେ ଆକ୍ରାନ୍ତ ହେଉଛନ୍ତି । ଫଳରେ ଛାତ୍ରୀ ମାନେ ପାଠ ପଢ଼ିବାକୁ ଯିବା ସମ୍ଭବ ହୋଇପାରୁନାହିଁ । ଏହି ଉପରେ ସରପଞ୍ଚ, ସମିତି ସଭ୍ୟ କୁ ଜଣାଇଲେ ମଧ୍ୟ କେହି ଏହି ଉପରେ ଧ୍ୟାନ ଦେଉନାହାନ୍ତି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق