ଲକର୍ମା ପେକ୍ସର ସଭାପତି ହେଲେ ମୋହନ କର୍ମୀ
ସୁବର୍ଣ୍ଣପୁର (ମଣିଭଦ୍ରା ଖବର) ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଜନମୁରା ଠାରେ ଅବସ୍ଥିତ ଲକର୍ମା ପ୍ରାଥମିକ କୃଷି ସମବାୟ ସମିତି ଲିଃ. ( ପେସ୍କ ) ର ସଭାପତି ଭାବେ ଶ୍ରୀଯୁକ୍ତ ମୋହନ କର୍ମୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି l ପୂର୍ବରୁ ଉକ୍ତ ପେକ୍ସ ର 15 ଟି ଜୋନ ର ସମସ୍ତ ନିର୍ଦ୍ଦେଶକ ପ୍ରାର୍ଥୀ ମାନେ ମଧ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ l ଏହି ପେକ୍ସର ସଭାପତି ପଦ ପାଇଁ ଆଉ ଜଣେ ଆଶାୟୀ ପ୍ରାର୍ଥୀ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ l ହେଲେ ଶେଷ ମୁହୂର୍ତ୍ତ ରେ ସେ ତାଙ୍କର ନାମାଙ୍କନ ପତ୍ର ପ୍ରତ୍ୟାହାର କରିଥିଲେ l ଫଳରେ ପେସ୍କ ନିର୍ବାଚନ ଅଧିକାରୀ ମହେନ୍ଦ୍ର ରଣା ଶ୍ରୀ ମୋହନ କର୍ମୀ ଙ୍କୁ ଲକର୍ମା ପେକ୍ସ ସଭାପତି ଭାବରେ ଘୋଷଣା କରିଥିଲେ l ସୂଚନାଯୋଗ୍ୟ ଯେ ଶ୍ରୀ କର୍ମୀ ହରଡଖୋଲ ଗ୍ରାମ ପଞ୍ଚାୟତ ର ସରପଞ୍ଚ ମଧ୍ୟ ଅଛନ୍ତି l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
إرسال تعليق