BREAKING
Loading...
:

ଗଣିଆରେ ଖୋଲିଲା ଆଦର୍ଶ ବିଦ୍ୟାଳୟ, ପ୍ରବେଶ ଉତ୍ସବରେ ଯୋଗ ଦେଲେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା

 ଗଣିଆରେ ଖୋଲିଲା ଆଦର୍ଶ ବିଦ୍ୟାଳୟ, ପ୍ରବେଶ ଉତ୍ସବରେ ଯୋଗ ଦେଲେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା



ଗଣିଆ ୧୭/୦୬(ମଣିଭଦ୍ରା ଖବର) ଆଦର୍ଶ ବିଦ୍ୟାଳୟ ଖୋଲିବା ନେଇ ଥିବା ଆଶଙ୍କାର ପୂର୍ଣ୍ଣଛେଦ ଘଟିଛି ‌। ଆଦର୍ଶ ବିଦ୍ୟାଳୟର ନୂତନ ଗୃହ ନିର୍ମାଣ କାର୍ଯ୍ୟ ସରିଥିଲେ ମଧ୍ୟ ଭିତ୍ତିଭୂମି ଅଭାବରୁ ପଦ୍ମନାଭ ଉଚ୍ଚ ବିଦ୍ୟାଳୟ ଆଡକଟା ପରିସରରେ ଆଜିଠାରୁ ଆଦର୍ଶ ବିଦ୍ୟାଳୟର ପାଠପଢ଼ା ଆରମ୍ଭ ହୋଇଛି । ଶୁକ୍ରବାର ଦିବା ୧୦ ଘଟିକା ସମୟରେ ଉପରୋକ୍ତ ବିଦ୍ୟାଳୟ ପରିସରରେ ପ୍ରବେଶ ଉତ୍ସବ ପାଳନ କରାଯାଇଥିଲା । ଛାତ୍ର ଛାତ୍ରୀ ମାନଙ୍କୁ ଫୁଲ ଚନ୍ଦନ ଲଗାଇ ବିଦ୍ୟାଳୟକୁ ସ୍ବାଗତ କରାଯାଇଥିଲା । ପ୍ରାୟ ୮୦ ଜଣ ଛାତ୍ର ଛାତ୍ରୀ ଚଳିତ ବର୍ଷ ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇ ଥିବାରୁ ସମସ୍ତେ ଉପସ୍ଥିତ ଥିଲେ । 



ବିଦ୍ୟାଳୟ ପରିସରରେ ଆୟୋଜିତ ସଭାରେ  ବ୍ଲକ ଅଧ୍ୟକ୍ଷ୍ୟା ଝୁନା ଜେନା, ପୂର୍ବତନ ବ୍ଳକ ଅଧ୍ୟକ୍ଷ ସଦାଶିବ ମିଶ୍ର, ସରପଞ୍ଚ ସୁଭାଷିନୀ ବାରିକି, ଶିକ୍ଷା ଅଧିକାରୀ  ପ୍ରଣତୀ ପଟ୍ଟନାୟକ,ଅତିରିକ୍ତ ଶିକ୍ଷା ଅଧିକାରୀ  ରାଜକିଶୋର ମହାରଣା, ପ୍ରଶାନ୍ତ କୁମାର ସାହୁ, ପୂର୍ବତନ ସମିତି ସଭ୍ୟ  ଚନ୍ଦ୍ରଶେଖର ସାହୁ, ଶିକ୍ଷକ ବାମନ ଚରଣ ବାରିକି, ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ, ପଦ୍ମନାଭ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ  ଏବଂ ଅନ୍ୟାନ୍ୟ ଅତିଥି ମାନଙ୍କ ସହ  ପିଲାମାନଙ୍କୁ ଫୁଲ ଚନ୍ଦନ ଦେଇ ଶ୍ରେଣୀ ଗୃହ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ପରେ କ୍ଲାସ ରୁମ ଭିତରେ ଚକୋଲେଟ  ଏବଂ ଛୋଟ ଫୁଲ ତୋଡ଼ା ଦେଇଥିଲେ, ଏବଂ ଅତିଥିମାନେ କିଛି କିଛି ବକ୍ତବ୍ୟ ରଖିଥିଲେ, ଶେଷରେ ଛାତ୍ରୀ ମାନଙ୍କ ମଧ୍ୟରୁ ଆୟୁଷି ତନୟା ସାହୁ ଅତିଥି ମାନଙ୍କ ପରିଚୟ ଦେଇ କିଛି ବକ୍ତବ୍ୟ ରଖିଥିଲେ । ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ା ଆରମ୍ଭ ହୋଇଥିବାରୁ ଛାତ୍ର ଛାତ୍ରୀ ତଥା ଅଭିଭାବକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

أحدث أقدم
Header ADS