ବାଇକ୍ ଦୁର୍ଘଟଣା ରେ ନୂଆଗାଁ ହାଇସ୍କୁଲ୍ ପ୍ରଧାନ ଶିକ୍ଷକ ଗୁରୁତର
ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସମ୍ପଡ଼ା ଗ୍ରାମ ୫୭ ନଂ ଜାତୀୟ ରାଜପଥ ରେ ବାଇକ୍ ଦୁର୍ଘଟଣା ରେ ନୂଆଗାଁ ହାଇସ୍କୁଲ୍ ପ୍ରଧାନ ଶିକ୍ଷକ କୁଳମଣି ନାୟକ ଗୁରୁତର ହୋଇଥିବା ଜଣା ପଡିଛି।ତାଙ୍କ ନିଜ ପଲ ସର୍ ବାଇକ୍ ରେ ନୂଆଗାଁ ହାଇସ୍କୁଲ୍ କୁ ଆସୁଥିବା ସମୟରେ ସମ୍ପଡ଼ା ଠାରେ ଦୁର୍ଘଟଣା ଘଟିଥିଲା।ସେଠାରୁ ତାଙ୍କୁ ସମାଜ ସେବୀ ଦାଶରଥି ପ୍ରଧାନ ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ନେଇଥିବା ଜଣା ପଡିଛି।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق