BREAKING
Loading...
:

ଦ୍ରୌପଦୀ ମୁର୍ମୁଙ୍କୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଲେ ବିଧାୟକ ରମେଶ ଚନ୍ଦ୍ର ବେହେରା

 ଦ୍ରୌପଦୀ ମୁର୍ମୁଙ୍କୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଲେ ବିଧାୟକ ରମେଶ ଚନ୍ଦ୍ର ବେହେରା



ବ୍ୟୁରୋ ରିପୋର୍ଟ (ମଣିଭଦ୍ରା ଖବର) ଏନଡିଏ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କ ନାଁ ଘୋଷଣା କରିଛି । ଭୋଟ ଗଣିତ ସଙ୍କେତ ଦେଉଛି ଯେ ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ହେବା ଏକପ୍ରକାର ନିଶ୍ଚିତ । ଯଦି ଏମିତି ହୁଏ ତେବେ ପ୍ରଥମ ଥର ପାଇଁ ଓଡ଼ିଶାର ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତି ପଦରେ ବସିବାକୁ ଯାଉଛନ୍ତି । ତେବେ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ତାଙ୍କୁ ଜେଡ୍ ପ୍ଳସ ସୁରକ୍ଷା ପ୍ରଦାନ କରାଯାଇଛି । 



 ଏହା ସହ ଦ୍ରୌପଦୀ ମୁର୍ମୁଙ୍କ ନାଁ ଘୋଷଣା ପରେ ତାଙ୍କୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଥିବା ଦେଖିବାକୁ ମିଳିଛି ।  ସେ କହିଛନ୍ତି ଯେ ଦେଶର ସର୍ବୋଚ୍ଚ ପଦବୀ ପାଇଁ ଏନଡିଏ ପକ୍ଷରୁ ପ୍ରାର୍ଥିନୀ ହୋଇଥିବା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ପ୍ରତିଟି ଓଡ଼ିଆଙ୍କ ପାଇଁ ଏହା ଗର୍ବ ଓ ଗୌରବର ମୁହୂର୍ତ୍ତ। ମୋର ବିଶ୍ୱାସ ଶ୍ରୀମତୀ ମୁର୍ମୁ ମହିଳା ସଶକ୍ତିକରଣ କ୍ଷେତ୍ରରେ ସାରା ଦେଶରେ ନୂଆ ଉଦାହରଣ ସୃଷ୍ଟି କରିବେ। 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

أحدث أقدم
Header ADS