BREAKING
Loading...
:

ଯୋଗ ଅଲମ୍ପିଆଡ୍ ରେ ଜାତୀୟ ସ୍ତରକୁ ମନୋନୀତ ହେଲେ ଛାତ୍ର ଜଗବନ୍ଧୁ

 


ଯୋଗ ଅଲମ୍ପିଆଡ୍ ରେ ଜାତୀୟ ସ୍ତରକୁ ମନୋନୀତ ହେଲେ ଛାତ୍ର  ଜଗବନ୍ଧୁ

ନୂଆଗାଁ: (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା କୋଷାକଟା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସପ୍ତମ ଶ୍ରେଣୀ  ଛାତ୍ର ଜଗବନ୍ଧୁ ସାମନ୍ତରା ରାଜ୍ୟ ସ୍ତରୀୟ ଯୋଗ ଅଲମ୍ପିଆଡ୍ ରେ କୃତିତ୍ୱ ଅର୍ଜନ କରି ଜାତୀୟ ସ୍ତରକୁ ମନୋନୀତ ହୋଇଛନ୍ତି।ଛାତ୍ର ଜଗବନ୍ଧୁ ସାମନ୍ତାରା ଦୀର୍ଘ ୩ ବର୍ଷ ଧରି ସଂପଡ଼ା ଚିନ୍ତାମଣି ବିଦ୍ୟାପୀଠ ର ଯୋଗଗୁରୁ ପରମାନନ୍ଦ ଙ୍କ ଠାରୁ ଯୋଗ  ଶିକ୍ଷା କରି ଆସୁଥିଲେ।ଆସନ୍ତା ୨୦  ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ଏନ୍ ସି ଇ ଆର୍ ଟି ଅଧିନରେ ଅନୁଷ୍ଠିତ ଯୋଗ ଅଲମ୍ପିଆଡ୍ ରେ ଯୋଗ ଦେବାପାଇଁ ଆସନ୍ତା ୧୬ ତାରିଖରେ ଜଗବନ୍ଧୁ ଯାତ୍ରା କରିବେ। ଛାତ୍ର ଜଗବନ୍ଧୁ ଜାତୀୟ ସ୍ତରକୁ ମନୋନୀତ ହୋଇଥିବାରୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା,ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ପଣ୍ଡା,ବିଦ୍ୟାଳୟର ସମସ୍ତ ଶିକ୍ଷକ ,ଶିକ୍ଷୟତ୍ରୀ ଗୁରୁଜନ ,ଗ୍ରାମବାସୀ ଛାତ୍ର ଜଗବନ୍ଧୁ ଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।ଜଗବନ୍ଧୁ ଙ୍କ ସଫଳତା ରେ ତାଙ୍କ ବାପା ଆନନ୍ଦ ସାମନ୍ତରା ଏବଂ ମା ସ୍ଵର୍ଣ୍ଣଲତା ଅତ୍ୟନ୍ତ ଖୁସି ପ୍ରକାଶ କରିବା ସହ ଜାତୀୟ ସ୍ତରରେ ମଧ୍ୟ କୃତିତ୍ୱ ଅର୍ଜନ କରିବା ପାଇଁ ପ୍ରେରଣା ଓ ଆଶୀର୍ବାଦ ପ୍ରଦାନ କରିଛନ୍ତି।


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

أحدث أقدم
Header ADS