BREAKING
Loading...
:

ଦଶପଲ୍ଲା ହାଇସ୍କୁଲରେ ସ୍କାଉଟ୍ ଗ୍ରୁପ୍ ପ୍ରତିଷ୍ଠା


 ଦଶପଲ୍ଲା ହାଇସ୍କୁଲରେ ସ୍କାଉଟ୍ ଗ୍ରୁପ୍ ପ୍ରତିଷ୍ଠା 

-------------------------------------------------

ଦଶପଲ୍ଲା,(ମଣିଭଦ୍ରା ଖବର)

କନ୍ଧମାଳର ପୂର୍ବତନ ସାଂସଦ ତଥା ଦଶପଲ୍ଲାର ଜନପ୍ରିୟନେତା ସ୍ବର୍ଗତ ରୁଦ୍ର ମାଧବ ରାୟ ଙ୍କ ୭ମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଦଶପଲ୍ଲା ହାଇସ୍କୁଲରେ ରୁଦ୍ର ମାଧବ ରାୟ  ସ୍କାଉଟ୍ ଗ୍ରୁପ୍ ଏବଂ ଶାନ୍ତିଲତା ରାୟ ଗାଇଡ୍ କଂପାନୀ ପ୍ରତିଷ୍ଠା କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ତଥା ବିଇଓ ପ୍ରଣତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରୁଦ୍ର ରାୟଙ୍କ ସୁପୁତ୍ର ବିଦିପ୍ତ ରାୟ, କାଉନସିଲର ବୀଣାପାଣି  ପାଣି, ପରିଚାଳନା କମିଟି ସଭାପତି  ନିରଞ୍ଜନ ବେହେରା, ସମାଜସେବୀ ଦିଲ୍ଲୀପ ଦାଶ,ସଂଯୁକ୍ତା ଦାସଗୁପ୍ତା,ଅବସରପ୍ରାପ୍ତ କ୍ରୀଡା ନିରିକ୍ଷକ ତ୍ରୀନାଥ ସାହୁ ପ୍ରମୁଖ  ଉପସ୍ଥିତ ରହି ନିଜ ନିଜର  ବକ୍ତବ୍ଯ ରଖିଥିଲେ ।  ଶିକ୍ଷା ଏବଂ ଶିକ୍ଷାୟତନର ପ୍ରସାର ପାଇଁ  ରୁଦ୍ର ମାଧବ ରାୟଙ୍କ ର ଅବଦାନ ଅତୁଳନୀୟ ଥିଲା ବୋଲି  ଆଲୋଚନା କାଳରେ ବକ୍ତା ମାନେ ମତ ପ୍ରକାଶ କରିଥିଲେ । ଶେଷରେ ପ୍ରଧାନ ଶିକ୍ଷୟତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

أحدث أقدم
Header ADS