ପଶ୍ଚିମାଭିମୁଖୀ ମହସମ୍ଭୁ ଶ୍ରୀ ଶ୍ରୀ ଶ୍ରୀ ପ୍ରତାପରୁଦ୍ର ଦେବଙ୍କ ପୀଠରେ ତ୍ରୟବିଂଶତମ ରୁଦ୍ର ମହାଯଜ୍ଞ ସହିତ ଅଷ୍ଟ ତ୍ରିଂଶ ଶମ୍ଭୁ ମିଳନ
ଚିଲିକା ରୁ ସଂଗ୍ରାମ ରଣା (ମଣିଭଦ୍ରା ଖବର)ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ମହାପ୍ରଭୁଙ୍କ ର ମହା ମିଳନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬ଟି ଜିଲ୍ଲାରୁ ପାଖାପାଖି ୪୦ ଶମ୍ଭୁ ଙ୍କ ସହିତ୫ ବିଷ୍ଣୁ ଓ ୧୧କାଠି ଠାକୁରାଣୀ ଆସି ଚାରି ଛକ ସାଇରେ ଏକତ୍ରିତ ହୋଇ ସାଜସଜ୍ଜା ହେବ ପରେ ତାଙ୍କୁ ପ୍ରତାପଶ୍ୱର ଙ୍କ ସାନ ଭାଇ ବାଲୁଙ୍କେଶ୍ୱର ଦେବ ସମସ୍ତଙ୍କୁ ନିମନ୍ତ୍ରିତ କରି ସେଠାରୁ ବାହାରି ମନ୍ଦିର ପର୍ଯ୍ୟନ୍ତ ଯାଇଥାନ୍ତି,ସେଠାରେ ସମସ୍ତ ଦେବ ଦେବୀ ମାନେ ନିଜ ନିଜ ଆସନ ରେ ବିଜେ କରିଥାନ୍ତି,ପରେ ସେମାନଙ୍କ ନିକଟରେ ନାନାଦି ବ୍ୟଞ୍ଜନ ପ୍ରସାଦ ହେବା ପରେ ସମସ୍ତ ରୀତି ନୀତି ସମ୍ପୂର୍ଣ୍ଣ କରି ସମସ୍ତ ପୂଜା ବିଧି ସାରି ସେଠାରୁ ବାହାରି ମେଳଣ ପଡ଼ିଆରେ ଏକତ୍ରିତ ହୋଇ ଥାଆନ୍ତି।ସମସ୍ତ ଦେବ ଦେବୀ ସେଠାରେ ମେଳଣ ହେବ ପରେ ମେଲାଣି ମାଗି ନିଜ ନିଜ ଗାଁ କୁ ଫେରି ଯାଇଥାନ୍ତି।ଲୋକଙ୍କ ଭିଡ଼ କୁ ନିୟନ୍ତ୍ରିତ କରିବା ପାଇଁ ପ୍ରଶାସନ ପକ୍ଷରୁ କଡାକଡି ବ୍ୟବସ୍ଥା କରାଯାଇଥାଏ ଏଥିରେ ହରିପୁର ଗ୍ରାମର ସମସ୍ତ କମିଟି ସଦସ୍ୟ ମଧ୍ୟ ସହଯୋଗ କରିଥାନ୍ତି, ଏବଂ ରୁଦ୍ରତାପକୁ ଦୃଷ୍ଟିରେ ରଖି କିଛି ସ୍ୱେଚ୍ଛା ସେବୀ ମାନେ ମଧ୍ୟ ବାଟରେ ଦହି,ଲେମ୍ବୁ ସର୍ବତ ଆଦି ବଣ୍ଟନ ମଧ୍ୟ କରିଥାନ୍ତି।ଏହାକୁ ସମୂର୍ଣ ରୂପେ ମନ୍ଦିରର ଟ୍ରଷ୍ଟି ହୁଲାସ ତାଡ଼, ଏବଂ ଟ୍ରଷ୍ଟି ବୋର୍ଡ ର ନିରଞ୍ଜନ ବଳବନ୍ତରାୟ,ପ୍ରଦୀପ ବଳବନ୍ତରାୟ,ଙ୍କସମେତ ସମସ୍ତେ ସହଯୋଗ କରିବା ସହିତ ରୁଦ୍ର ମହାଯଜ୍ଞ ର ସଭାପତି ପଠାଣି ବଳବନ୍ତରାୟ ଙ୍କ ତତ୍ତ୍ଵାବଧାନରେ ରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦିତ ହୋଇଥାଏ।
إرسال تعليق