BREAKING
Loading...
:

ଧୂଆଁମଡାରେ ବାଇକ୍ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର

 



ଧୂଆଁମଡାରେ ବାଇକ୍ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର


ଗଣିଆ ୦୭/୦୫(ମଣିଭଦ୍ରା ଖବର) ଗଣିଆ ବ୍ଲକ ଆଡକଟା ପଞ୍ଚାୟତ ଧୂଆଁ ମଡ଼ା ଗ୍ରାମରେ ଏକ ବାଇକ୍ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ବାଇକ୍ ଆରୋହୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନାଯୋଗ୍ୟ ଯେ ଶନିବାର ଅପରାହ୍ନରେ ଗଣିଆରୁ ବାଇକ୍ ଯୋଗେ ଯାଉଥିବା ବେଳେ ଧୂଆଁ ମଡ଼ା ଗ୍ରାମର ପ୍ରହଲ୍ଲାଦ ରଣାଙ୍କୁ ଧକ୍କା ଦେଇଥିଲା । ବାଇକ୍ ଆରୋହୀ ତଳେ ପଡି ଗୁରୁତର ହୋଇଯାଇଥିବା ବେଳେ ପ୍ରହଲ୍ଲାଦଙ୍କର ମୁଣ୍ଡ ଫାଟି ଯାଇଥିଲା । ସ୍ଥାନୀୟ ଯୁବକଙ୍କ ସହାୟତାରେ ବାଇକ୍ ଚାଳକଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ସ୍ଥାନରେ ବାଇକଟି ପଡିଥିବା ବେଳେ ବାଇକ୍ ଆରୋହୀଙ୍କର ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ଗଣିଆ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । 



By Debi prasad Dash

Post a Comment

أحدث أقدم
Header ADS