ଡରାଇଲାଣି ବାତ୍ୟା,ସଜାଗ ବ୍ଳକ ପ୍ରଶାସନ, ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ବିଡିଓ
ଗଣିଆ ୦୬/୦୫(ମଣିଭଦ୍ରା ଖବର) ସମ୍ଭାବ୍ୟ ବାତ୍ୟାକୁ ନେଇ ଅଞ୍ଚଳବାସୀ ଭୟଭୀତ ଥିବା ବେଳେ ବ୍ଳକ ପ୍ରଶାସନ ମୁକାବିଲା ପାଇଁ ପ୍ରସ୍ତୁତ ଥିବା ଜଣାପଡିଛି । ତେବେ ଗଣିଆରେ ନଦୀ କୂଳିଆ ତଥା ଝାଟି ମାଟି ଘରେ ବାସ କରୁଥିବା ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବାତ୍ୟା ଆଶଙ୍କାରେ ଲୋକେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ଦୋକାନ ଗୁଡିକରେ ଲମ୍ବା ଧାଡ଼ି ଲଗାଉଛନ୍ତି । ଏବେବି ଗଣିଆରେ ଶହ ଶହ ଲୋକ ଚାଳ ଛପର ଘରେ ବାସ କରୁଛନ୍ତି
। ଗତ ବାତ୍ୟାରେ ଅନେକଙ୍କ ବାସଘର ଉଜୁଡି ଯାଇଥିବା ବେଳେ ଏବେବି ସେମାନେ ଆବାସ ଖଣ୍ଡେ ପାଇବାରୁ ବଞ୍ଚିତ ହୋଇଛନ୍ତି । ତେବେ ବାତ୍ୟା ପାଇଁ ବ୍ଳକ ପ୍ରଶାସନ ସଜାଗ ଥିବା ବିଡ଼ିଓ ସିରିୟାଲ ଶୁଭ୍ର ପଟେଲ ଜଣାଇଛନ୍ତି । ଗଣିଆରେ ଥିବା ବେଠିଆସାହି ଓ ଓ୍ବାଲିପୁରର ବାତ୍ୟା ଆଶ୍ରୟସ୍ଥଳରେ ବିଡ଼ିଓ ପରିଦର୍ଶନ କରିଛନ୍ତି । ବ୍ଳକର ୭ଟି ସ୍ଥାନରେ ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ଚାଉଳ ମହଜୁଦ ରଖାଯାଇଛି । ବାତ୍ୟା ଶେଷ ହେବା ପର୍ଯ୍ୟନ୍ତ ବ୍ଳକର ସମସ୍ତ କର୍ମଚାରୀ ମାନଙ୍କର ଛୁଟି ବାତିଲ କରାଯାଇଥିବା ସେ ପ୍ରକାଶ କରିଛନ୍ତି । ପ୍ରତି ବାତ୍ୟା ଆଶ୍ରୟସ୍ଥଳୀରେ ୩ ଜଣିଆ କମିଟି କରାଯାଇଥିବା ସେ ଜଣାଇଛନ୍ତି ।
BY DEBI PRASAD DASH
إرسال تعليق