BREAKING
Loading...
:

ଚୋରା ବାଲି ଚାଲାଣ ଓ ଗ୍ରୀଡ଼ ନିର୍ମାଣକୁ ବିରୋଧ କରି ତରଭା ତହସିଲଦାର ଙ୍କୁ ଘେରାଉ କଲେ ପଦ୍ମପୁର ଓ ରମ୍ଭାସିଂଢୋଲ ଗ୍ରାମ ବାସୀ

 ଚୋରା ବାଲି ଚାଲାଣ ଓ  ଗ୍ରୀଡ଼ ନିର୍ମାଣକୁ ବିରୋଧ କରି ତରଭା ତହସିଲଦାର ଙ୍କୁ ଘେରାଉ କଲେ ପଦ୍ମପୁର ଓ ରମ୍ଭାସିଂଢୋଲ ଗ୍ରାମ ବାସୀ 



ସୁବର୍ଣ୍ଣପୁର (ମଣିଭଦ୍ରା ଖବର) ସୁକତେଲ ନଦୀ ରୁ ଚୋରା ବାଲି ଚାଲାଣ ଓ ଏହା ଦ୍ୱାରା  ନଷ୍ଟ ହେଉଥିବା ରମ୍ଭା ସିଂଢୋଲ ନଦୀ ଘାଟ ର କୋଟି ଟଙ୍କା ର ଆଡିବନ୍ଧ ପ୍ରକଳ୍ପ ଓ ଗାଁ ର  "ପି ଏମ ଆର ୱାଇ" ରାସ୍ତା  କୁ ସୁରକ୍ଷା ଓ ରକ୍ଷଣା ବେକ୍ଷଣ ଯୋଗାଇବା, ଏବଂ  ଗ୍ରୀଡ଼ ନିର୍ମାଣ ନାଁ ରେ ଗରିବ ଚାଷୀ ଙ୍କ 10 ଏକର  ଗୋଚର ଜମି କୁ  ଟି ପି ଡବ୍ଲୁ ଓ ଡି ଏଲ କମ୍ପାନୀ ର ହଡପ ଉଦ୍ୟମ କୁ ଦୃଢ଼ ବିରୋଧ କରି ଆଜି  ରମ୍ଭାସିଂଢୋଲ ଓ ପଦ୍ମପୁର  ର ଉଭୟ  ଗ୍ରାମ ର କ୍ଷତିଗ୍ରସ୍ତ ଲୋକେ ଶିବତୁଲା ରମ୍ଭାସିଂଢୋଲ ରାସ୍ତା ରେ ତରଭା ତହସିଲଦାର ଙ୍କୁ  ଦିନ 11 ଟା ରୁ 1  ଘଣ୍ଟା ଯାଏ ପ୍ରବଳ ଟାଣ ଖରା ରେ ଘେରାଉ କରି ରଖି ଥିଲେ l ତରଭା ପୋଲିସ ଏ ଘଟଣା ଖବର ପାଇ ଆଇ ଆଇ ସି ସୁବ୍ରତ ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ ଏକ ପ୍ଲାଟୁନ ରିଜର୍ଭ ପୋଲିସ ଘଟଣା ସ୍ଥଳ ରେ ପହଂଚି ଲୋକଙ୍କୁ ବୁଝା ସୁଝା କରି ତହସିଲଦାର ଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ l ଖବର ରୁ ପ୍ରକାଶ ଯେ ସୋନପୁର ତହସିଲ ଅନ୍ତର୍ଭୁକ୍ତ ଖାରି  ଆର ଆଇ ଶୁକ ତେଲ ନଦୀ ବାଲି ର ଉକ୍ତ ଅକ୍ସନ କରିଥିବା  ଓ କୁଟସିରା ଖାରି ରାସ୍ତା ଦେଇ ଉକ୍ତ ଠିକାଦାର ବାଲି ନେବା କୁ ଅନୁମତି ଦେଇଥିବା ବଦଳ ରେ  ରମ୍ଭାସିଂଢୋଲ ନଦୀ ଘାଟ ରୁ  ଶିବତୁଳା ରାସ୍ତା ରେ ଡମ୍ଫର ଓ ଶହ ଶହ ଟ୍ରାକ୍ଟର ଦ୍ୱାରା ଚୋରା ବାଲି ଚାଲାଣ କରୁ ଥିବାରୁ ପି ଏମ ଆର ୱାଇ ରାସ୍ତା  ବରବାଦ ହେବା ସହିତ ସରକାର ଙ୍କ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ମଧ୍ୟ ହରାଉଥିବା ଜଣା ପଡିଛି l ଅନ୍ୟ ପକ୍ଷ ରେ  ଚୋରା ବାଲି ଚାଲାଣ ଦ୍ୱାରା କୋଟି କୋଟି ଟଙ୍କା ରେ ନିର୍ମିତ ରମ୍ଭା ସିଂଢୋଲ ଗାଁ ର ଅlଡ଼ିବନ୍ଧ ଟି ମଧ୍ୟ ଭୁଶୁଡିବା ରେ ଲାଗିଛି l ଏବଂ  ସୋନପୁର, ଖାରି, ଡୁମ୍ବେର ବାହାଲ ଗାଁ  ରେ  ଅଧା ଏକର ଜମିରେ ଓ ବଲାଙ୍ଗୀର ଲାଲଟିକ୍ରା ଠାରେ 2 ଏକର ଜମିରେ ଏହି କମ୍ପାନୀ ଗ୍ରୀଡ଼ ନିର୍ମାଣ କରିସାରିଥିବା ବେଳେ ଏହି ଉଭୟ ଗାଁ ର ଗ୍ରୀଡ଼ ନିର୍ମାଣ ନାଁ ରେ କାହିଁକି ନିରୀହ ଲୋକଙ୍କ ଅଧିକ 10 ଏକର ଜମି କୁ ହଡପ କରିବାକୁ ଚାହୁଁଛି ଟାଟା ପlୱାର କମ୍ପାନୀ ବୋଲି ପଞ୍ଚାୟତ ସରପଞ୍ଚ, ଗାଁ ର ୱାର୍ଡ ମେମ୍ବର ପ୍ରକାଶ କରି ଏ ପ୍ରମୁଖ ଘଟଣା  ସବୁ କୁ ବିରୋଧ କରି  ଗାଁ ଲୋକେ ଉତ୍ତେଜିତ ହୋଇ ଆଜି ରାସ୍ତା ରୋ୍କ କରି ଥିଲେ l ଏବଂ  ଏଥି ପାଇଁ ମାଜିଷ୍ଟ୍ରେଟ ତହସିଲଦାର ଙ୍କୁ ଦୁଇ ଘଣ୍ଟା ଯାଏ ହଟହଟା ହେବାକୁ ପଡିଛି l ଏଇ ଗାଁ ରାସ୍ତା ଦେଇ ବେଆଇନ ବାଲି ଚାଲାଣ  ଓ ଏବଂ ଲୋକଙ୍କ ହକ ପ୍ରମୁଖ ଦାବୀ ସବୁକୁ  ଘଟଣା ସ୍ଥଳ ରେ ଅଚାନକ ପହଂଚି ଥିବା ସୁବର୍ଣ୍ଣପୁର ର  ଜଣା ଶୁଣା ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ ଙ୍କ ଆଗରେ ସ୍ୱୀକାର କରିଛନ୍ତି ଖୋଦ ତରଭl ତହସିଲଦାର l  ଏଥି ପାଇଁ ମୋ ଉପରେ ଅନେକ ରାଜନୈତିକ ଚାପ ସୃଷ୍ଟି ହେଉଛି ବୋଲି ମତ ରଖିଥିଲେ l  ଜ଼ିଲ୍ଲାପାଳ ଙ୍କ ସହିତ ଆଲୋଚନା କରି ଖୁବ ଶୀଘ୍ର ଏହାର ଆଶୁ ସମାଧାନ କରିବି  ବୋଲି ପ୍ରତିଶୁତି ଦେଇ  ଗାଁ ଲୋକଙ୍କ  ସହିତ ଆଲୋଚନା କରିଥିଲେ l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS