ବୌଦ୍ଧ ମ୍ୟୁଜିୟମର ପୁରୁଣା ଟ୍ରେଜେରୀ ରୁ ବାହାରିଲା ଶହ ଶହ ବର୍ଷ ର ଅନେକ ପୁୁରୁଣା ଅଳଙ୍କାର l
ସୁବର୍ଣ୍ଣପୁ( ମଣିଭଦ୍ରା ଖବର) ଟ୍ରେଜେରୀରୁ ବାହାରିଲା ପୁଳା ପୁଳା ପୁରୁଣା ଅଳଙ୍କାର । ବୌଦ୍ଧ ମ୍ୟୁଜିୟମରେ ରଖାଯାଇଥିବା ଶତାଧିକ ବର୍ଷ ପୁରୁଣା ଟ୍ରେଜେରିରୁ ବାହାରିଲା ଶହଶହ ବର୍ଷର ପୁରୁଣା ଅଳଙ୍କାର । ବୌଦ୍ଧ ମ୍ୟୁଜିୟମ ଆରମ୍ଭ କରାଯାଇଥିବା ବେଳେ ସରକାରୀ ଟ୍ରେଜେରୀରେ ଅବହେଳିତ ହୋଇ ବାହାରେ ପଡିଥିବା ୩-୪ ଟି ପୁରୁଣା ଲୁହା ନିର୍ମିତ ଟ୍ରେଜେରୀ କୁ ଅଣାଯାଇଥିଲା । ସେହି ପୁରୁଣା ଟ୍ରେଜେରୀ ମଧ୍ୟରୁ ଗୋଟିଏ ଟ୍ରେଜେରୀ ରେ ବାହାରିଛି ଅନେକ ପୁରୁଣା ଅଳଙ୍କାର । ମ୍ୟୁଜିୟମ ପରିସର ବାହାରେ ପଡିଥିବା ସେହି ପୁରୁଣା ଟ୍ରେଜେରୀ ସବୁକୁ ସଫା କରି ରଙ୍ଗ କରିଦେବା ପାଇଁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଆଦେଶ ଦେଇଥିଲେ । ଆଜି ଟ୍ରେଜିରୀର ତାଲା ଭଙ୍ଗାଯାଇ ଖୋଲିବା ସମୟରେ ତାହା ଭିତରୁ ବାହାରିଥିଲା ଅଳଙ୍କାର ସବୁ । ଖବର ପାଇ ଜିଲ୍ଲାପାଳ ଏବଂ ଅନ୍ୟମାନେ ମ୍ୟୁଜିୟମ ପରିସରରେ ପହଁଚି ସବୁ ତଦାରଖ କରିଥିଲେ । ପରେ ବଣିଆମାନଙ୍କୁ ଡକାଯାଇ ବାହାରିଥିବା ଅଳଙ୍କାର ସବୁର ସଫେଇ କାମ ଚାଲିଛି । ପ୍ରାଥମିକ ଭାବେ ସବୁ ରୂପା ଅଳଙ୍କାର , ଦେବାଦେବୀଙ୍କ ପାଇଁ ଉଦ୍ଧିଷ୍ଟ ଥିବା ଅନୁମାନ କରାଯାଉଛି । ଅଳଙ୍କାର ମଧ୍ୟରେ ମୁଖ୍ୟତଃ ରୂପାର ହୋଇଥିବା ବେଳେ ସବୁ ସଫା କରାଯିବା ପରେ ସଠିକ ତଥ୍ୟ ଜଣାପଡିବ । ବର୍ତ୍ତମାନ ସବୁ ଅଳଙ୍କାର ଗୁଡିକର ସଫେଇ କାର୍ଯ୍ୟ ଚାଲିଛି । ଘଟଣାସ୍ଥଳରେ ପୋଲିସ ମୂ ତୟନ କରାଯିବା ସହ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିଛନ୍ତି ।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
إرسال تعليق