BREAKING
Loading...
:

ଚିତ୍ତଜ୍ଞାନୀ ଚାରୀଟେବୁଲ ଟ୍ରଷ୍ଟ ପକ୍ଷରୁ ସେଲେଡି ରେ ୪୧ତମ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ , ୮୩୦ ଜଣ ରୋଗୀ ହେଲେ ଉପକୃତ ।

 ଚିତ୍ତଜ୍ଞାନୀ ଚାରୀଟେବୁଲ ଟ୍ରଷ୍ଟ ପକ୍ଷରୁ  ସେଲେଡି ରେ ୪୧ତମ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ , ୮୩୦ ଜଣ ରୋଗୀ ହେଲେ ଉପକୃତ ।  



ସୁବର୍ଣ୍ଣପୁର (ମଣିଭଦ୍ରା ଖବର) କଟକ ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସେଲେଡି ନୋଡାଲ ଉ. ପ୍ରା ବିଦ୍ୟାଳୟ ଠାରେ ୪୧ତମ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ର ମୁଖ୍ୟ ଉପଦେଷ୍ଟା ତଥା ଏସସିବି ମେଡିକାଲ କଲେଜ କଟକ ର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ ଦତେଶ୍ୱର ହୋତା ଙ୍କ ପରିଚାଳନା ରେ ଅନୁଷ୍ଠିତ ସ୍ୱାସ୍ଥ୍ୟସେବା ଶିବିର ମୁଖ୍ୟଅତିଥି ଭାବେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ନିଶିପୁନମ ମିଞ୍ଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତାକାଟି ଏହାକୁ ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ସେଲେଡି ନୋଡାଲ ସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ କବିତା ନନ୍ଦ ଯୋଗ ଦେଇଥିଲେ । ଏହି ଶିବିର ରେ କଟକ, ଭୁବନେଶ୍ୱର, ବୁର୍ଲା, ସମ୍ବଲପୁର ଆଦି  ସ୍ଥାନରୁ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ଆସି ଚିକିତ୍ସା ସେବା ଯୋଗାଇଥିଲେ । ଅଖପାଖ ଅଞ୍ଚଳର 830 ଜଣ ରୋଗୀ ତାଙ୍କର ବିଭିନ୍ନ ପ୍ରକାର ରୋଗ ଦେଖାଇ ଚିକିତ୍ସା ସେବା ପାଇଥିଲେ । ଯେଉଁ ଡାକ୍ତର ମାନଙ୍କୁ କଟକ,ଭୁବନେଶ୍ୱର ରେ ଭେଟି ଚିକିତ୍ସା ପାଇବା ପାଇଁ ଦୀର୍ଘଦିନ ଲାଗୁଥିବା ବେଳେ ନିଜ ଅଞ୍ଚଳରେ ତାଙ୍କୁ ପାଇ ମାଗଣା ରେ ଲୋକେ ସ୍ୱାସ୍ଥ୍ୟସେବା ପାଇଥିବାରୁ ଖୁସି ଅନୁଭବ କରିଥିଲେ । ଏଥିରେ ଭେଷଜ ବିଭାଗରେ ଭୁବନେଶ୍ୱର ର ଡାକ୍ତର ସିଦ୍ଧାନ୍ତ କର, ଡ଼. ପତି ଶିଶୁରୋଗ ବିଭାଗ,ଚର୍ମରୋଗ ରେ କଟକ ର ଡାକ୍ତର ତୁଷାର ଠାକୁର ସ୍ତ୍ରୀ ରୋଗ ଏବଂ ପ୍ରସୂତ ବିଭାଗ ରେ ସମ୍ବଲପୁରର ଡାକ୍ତର ଦେବାଶିଷ ବେହେରା, ଓଜସ୍ବିନୀ ପଟେଲ,ଶ୍ୱାସ ରୋଗ ରେ ସମ୍ବଲପୁର ଡାକ୍ତର ପ୍ରଦୀପ ଗୁରୁ, ଅସ୍ତିଶାଲ୍ୟ ବିଭାଗ ରେ ବୁର୍ଲା ର ଡାକ୍ତର ତୁଷାର ଦଳାଇ, କର୍ଣ୍ଣନାଶ ଓ ଗଳା ରେ ସମ୍ବଲପୁର ର ଡାକ୍ତର ପ୍ରଦୀପ ଗୁରୁ, ଦନ୍ତରୋଗ ରେ  ସମ୍ବଲପୁର ର ଡାକ୍ତର କମଲିତ, ଚକ୍ଷୁ  ରେ କଟକ ର ଡାକ୍ତର ସିଦ୍ଧାର୍ଥ ଦାଶ ଓ ସହଯୋଗୀ, ହୃଦରୋଗ ରେ ବୁର୍ଲା ର ଡାକ୍ତର ନୟନ ପଟେଲ, ଇଏନଟି ରେ ଡାକ୍ତର ପ୍ରଶାନ୍ତ ମିଶ୍ର, ସୁଜିତ ବର୍ମା, ସାଧାରଣ ଭେଷଜ ରେ କଟକ ର ଡାକ୍ତର ବିଭୁତି ନାୟକ,ଆଦି ବିଭାଗ ର ବିଶେଷଜ୍ଞ ମାନେ ଆସି ଚିକିତ୍ସା କରିଥିଲେ । ସେହିପରି ଇସିଜି, ପାଥୋଲୋଜି, ର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ରୋଗୀ ଙ୍କୁ ମାଗଣା ରେ ଔଷଧ,ଚଷମା, ଅଣ୍ଟାବେଲ୍ଟ, ନିକେପ ଆଦି ମଧ୍ୟ ପ୍ରଦାନ କରାଯାଇଥିଲା । ଟ୍ରଷ୍ଟ ର ମୁଖ୍ୟ ଉପଦେଷ୍ଟା ଶ୍ରୀ ହୋତା ତାଙ୍କ ବାପା ସ୍ବର୍ଗତ ଚିତ୍ତରଞ୍ଜନ ହୋତା ଓ ମାତା ସ୍ବର୍ଗତା ଜ୍ଞାନୀ ହୋତା ଙ୍କ ନାମରେ ଏହି ଟ୍ରଷ୍ଟ ଆରମ୍ଭ କରିଥିବା ବେଳେ ଓଡିଶା ର ସମସ୍ତ ଜିଲ୍ଲା ରେ ଏହି ମାଗଣା ସ୍ୱାସ୍ଥ୍ୟ କରାଯାଇଛି । ବିଶେଷକରି ଦୁଗମ ଆଦିବାସୀ, ଆହଷିତ ସ୍ଥାନ ମାନଙ୍କରେ କରାଯାଇଛି । ୩୮ ତମ କେମ୍ପ ରାଜ୍ୟର ସମସ୍ତ ଜିଲ୍ଲାରେ ସରିବା ପରେ ୩ଟି କେମ୍ପ ବିଶେଷ କରି ବରିଷ୍ଠ ନାଗରିକ ମାନଙ୍କ ପାଇଁ ଉର୍ଦ୍ଧିଷ୍ଟ କରାଯାଉଛି । ଦୀର୍ଘ ୧୮ ବର୍ଷ ପୂର୍ଵରୁ  ନିସ୍ଵାର୍ଥପର ଭାବରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷରେ ଏହି ଶିବିର ଆରମ୍ଭ କରାଯାଇଛି ଏବଂ ଆଗକୁ ମଧ୍ୟ ଏହି ସେବା ଜାରି ରହିବ ବୋଲି ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା ଶ୍ରୀ ହୋତା ପ୍ରକାଶ କରିଛନ୍ତି । ଟ୍ରଷ୍ଟର ଅଧ୍ୟକ୍ଷ ବୋଧେନେଶ୍ୱର ହୋତା, ସମ୍ପାଦକ ରାଜେଶ୍ୱର ହୋତା ଙ୍କ ସମେତ ସେଲେଡି ଗ୍ରାମବାସୀ ଶିବିର ପରିଚାଳନା ରେ ସହଯୋଗ କରିଥିଲେ ।   


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS