BREAKING
Loading...
:

ଚାଷ ଜମିକୁ ନେଇ ଭାଇ ଭାଇ ମଧ୍ୟରେ ବିବାଦ: ଭାଉଜଙ୍କୁ ମାଡ଼ମାରି ଗୁରୁତର ଦିଅର ପରିବାର ବିରୋଧରେ ଅଭିଯୋଗ l

 



ଚାଷ ଜମିକୁ ନେଇ ଭାଇ ଭାଇ ମଧ୍ୟରେ ବିବାଦ: ଭାଉଜଙ୍କୁ ମାଡ଼ମାରି ଗୁରୁତର  ଦିଅର ପରିବାର ବିରୋଧରେ ଅଭିଯୋଗ l 

,,,,,,,,,,,,,,,,,,,,,,,,,,,,,,,,,,,,,,,,,,

 ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତ ଅନ୍ତର୍ଗତ କତାଗୁଡ଼ା ଗ୍ରାମରେ ଚାଷ ଜମିକୁ କେନ୍ଦ୍ର କରି ଏକ ପରିବାର ମଧ୍ୟରେ ହିଂସାତ୍ମକ ଘଟଣା ଘଟିଛି। ଏହି ଘଟଣାରେ ଜଣେ ମହିଳା ଗୁରୁତର ଆହତ ହୋଇଥିବାବେଳେ ଦିଅର ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ମାଡ଼ମାରି ଓ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ପୂର୍ଣ୍ଣ ପାଲାକା ନିଜ ଚାଷ ଜମିରେ କାମ କରୁଥିବା ସମୟରେ ତାଙ୍କ ଦିଅର ପତି ପାଲାକା, ଦିଅରାଣୀ ଦେବନ୍ତି ପାଲାକା ଏବଂ ପୁଅ ଦୁର୍ଗାପ୍ରସାଦ ପାଲାକା ସେଠାରେ ପହଞ୍ଚି ଜମିକୁ ନେଇ ବଚସା କରିଥିଲେ। ସେମାନେ ଉକ୍ତ ଜମି ନିଜମାନଙ୍କର ବୋଲି ଦାବି କରିବା ସହ ପୂର୍ଣ୍ଣ ପାଲାକାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ମାଡ଼ମାରି ଚାଷ ଜମିରେ ଫିଙ୍ଗି ଦେଇଥିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ପରିବାର ପକ୍ଷରୁ କୁହାଯାଇଛି। ଘଟଣା ପରେ ଆହତ ମହିଳାଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତୁରନ୍ତ ସେବା ମିଳିନଥିଲା। ପରେ ଅଗ୍ନିଶମ ବିଭାଗ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ବିଳମ୍ବ ହେବାରୁ ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଥିଲା। ଥାନା ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ ସଞ୍ଜୟ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ଆହତ ମହିଳାଙ୍କୁ ପୋଲିସ ଗାଡ଼ିରେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଭର୍ତ୍ତି କରିଥିଲେ।ଏନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ କଲ୍ୟାଣସିଂହପୁର ଥାନାରେ ଲିଖିତ ଅଭିଯୋଗ ଦାଖଲ କରାଯାଇଥିବା ଜଣାପଡ଼ିଛି। ପୋଲିସ ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ପ୍ରକୃତ ସତ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS