ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ହୃଦଘାତରେ ମୃତ୍ୟୁ
ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଲକ କୃଷ୍ନପଲ୍ଲୀର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସାଧୁଚରଣ ପରିଡ଼ାଙ୍କ ହୃଦଘାତରେ ପରଲୋକ ଘଟିଛି । ସେ ଧୁଆଁମଡା ବିଦ୍ୟାଳୟରୁ ଅବସର ଗ୍ରହଣ କରି ନିଜ ଗ୍ରାମ କୃଷ୍ନପଲ୍ଲୀରେ ରହୁଥିଲେ । ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ ମେଡିକାଲକୁ ନିଆଯାଇଥିଲା । ସେଠାରେ ସେ ମୃତ୍ୟୁବରଣ କରିଥିବା ଜଣାପଡିଛି । ତାଙ୍କ ମୃତ୍ୟୁରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ଶାନ୍ତ,ସରଳ, ଅମାୟିକ ତଥା ନିଃସ୍ଵାର୍ଥପର ଶିକ୍ଷକ ଭାବେ କ୍ଷ୍ୟାତି ଲାଭ କରିଥିଲେ । ତାଙ୍କ ମୃତ୍ୟୁରେ ଗଣିଆ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଗଭୀର ଶୋକ ପ୍ରକାଶ କରାଯିବା ସହିତ ଅମର ଆତ୍ମାର ସଦଗତି କାମନା କରାଯାଇଛି ।
ମଣିଭଦ୍ରା ଖବର, ଗଣିଆ


Post a Comment