BREAKING
Loading...
:

ଓଡ଼ିଶା ରାଜୀବ ଗାନ୍ଧୀ ସେବା ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି ଅଧ୍ୟାପକ ରାକେଶ ବରାଡ

 



ଗଣିଆ (ମଣିଭଦ୍ରା ଖବର) ଓଡିଶା ରାଜୀବ ଗାନ୍ଧୀ ଷ୍ଟୁଡେଣ୍ଟ୍ ଫୋରମ୍  ଆୟୋଜକ ସଂସ୍ଥା ତରଫରୁ "ଓଡ଼ିଶା ରାଜୀବ ଗାନ୍ଧୀ ସେବା ସମ୍ମାନ -୨୦୨୬" ପାଇଁ ମନୋନୀତ ହୋଇଛନ୍ତି ଶ୍ରୀ ଶ୍ରୀ ରଘୁନାଥ ଜୀଉ ସ୍ନାତକ ମହାବିଦ୍ୟାଳୟ, ଗଣିଆର ଅର୍ଥଶାସ୍ତ୍ର ବିଭାଗ ଅଧ୍ୟାପକ ତଥା ଯୁବ ରେଡ୍ କ୍ରସ କାଉନସିଲର ରାକେଶ ବରାଡ଼। ଯୁବ ରେଡ୍ କ୍ରସ , ଓଡ଼ିଶା ତରଫରୁ ଏହି ସମ୍ମାନ ଆସନ୍ତା ଅଗଷ୍ଟ ମାସ ୨୦ ତାରିଖରେ ଜୟଦେବ ଭବନ, ଭୁବନେଶ୍ୱରରେ ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି କରଯାଇଛି । 



ଏହି ସଫଳତା ପରିପ୍ରେକ୍ଷୀରେ ସେ ନିଜ ମହାବିଦ୍ୟାଳୟର ସମସ୍ତ ସଦସ୍ୟ, ରାଜ୍ୟ ଯୁବ ରେଡକ୍ରସ୍ କାର୍ଯ୍ୟ କର୍ତ୍ତା ଓ ଜିଲ୍ଲାର ସମସ୍ତ  କାର୍ଯକାରୀ ସଦସ୍ୟଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।  ଆଗକୁ ନିଜର ଅଧ୍ୟାପନା ସହ ଏହି ଭଳି ଜନହିତକର କାର୍ଯ୍ୟ କରିବା ପାଇଁ ନିଜକୁ ଉତ୍ସର୍ଗ କରିବେ ବୋଲି ସେ ମତପ୍ରକାଶ କରିଛନ୍ତି । 
ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS