ହିନ୍ଦୋଳରେ ହାତୀ ଆକ୍ରମଣରେ ଯୁବକ ମୃତ,ଶୋକପ୍ରକାଶ କଲେ ପୂର୍ବତନ ସାଂସଦ ମହେଶ।
ଗୁଳେହି,ହିନ୍ଦୋଳ,ଢେଙ୍କାନାଳ।
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ହାତୀ ମୃତ୍ୟୁ,ହାତୀ ଆକ୍ରମଣରେ ମଣିଷ ମୃତ୍ୟୁ ଥମିବାର ନାମ ନେଉନି। ଗତକାଲି ଗୋଟିଏ ହାତୀର ମୃତଦେହ ଉଦ୍ଧାର ହୋଇଥିବାବେଳେ ଆଜି ହାତୀ ଆକ୍ରମଣରେ ଜଣେ ଯୁବକର ଶୋଚନୀୟ ମୃତ୍ୟୁ ଘଟିଛି। ସୂଚନା କ୍ରମେ ଗ୍ରାମବାସୀଙ୍କ କହିବା ଅନୁସାରେ ହିନ୍ଦୋଳ ବନାଞ୍ଚଳ କର୍ଣ୍ଣପୁରବିଟ ଅନ୍ତର୍ଗତ ଗୁଳେହି ପଂଚାୟତ ଚନ୍ଦ୍ରଶେଖରପୁର ଗ୍ରାମର ଭାସ୍କର ସାହୁଙ୍କ ପୁଅ ଜିତେନ୍ଦ୍ର ସାହୁ(୩୦)
ସକାଳ ୧୧ ଘଟିକା ସମୟରେ ତାଙ୍କ ଗ୍ରାମ ରେ ଥିବା ଦୋକାନକୁ ସଉଦା କିଣିବାକୁ ଯାଉଥିବା ବେଳେ ବାଟରେ ଏକ ହାତୀ ସହ ମୁଂହା ମୁଁହି ହେବା ଫଳରେ ହାତୀ ତାଙ୍କୁ ଶୁଣ୍ଢରେ ଟେକି ଫୋପାଡି ଦେବାରୁ ସେ ତଳେ ପଡି ଅଚେତ ହୋଇଯାଇଥିଲେ।ଏହି ଖବର ପାଇ ତାଙ୍କ ପରିବାର ଲୋକେ ଓ ଗ୍ରାମବାସୀ ତୁରନ୍ତ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଆଜି ମୃତ ଜିତେନ୍ଦ୍ରଙ୍କ ଶଵ ବ୍ୟବଛେଦ ପରେ ନିଜସ୍ବ ଗ୍ରାମ ମଶାଣି ରେ ଶଵସଂସ୍କାର କରାଯାଇଛି ।
ତେବେ ମୃତକ ଜିତେନ୍ଦ୍ରଙ୍କ ପରିବାରକୁ ଅନୁକମ୍ପା ମୂଳକ ୧ଲକ୍ଷଟଙ୍କା ତୁରନ୍ତ ପ୍ରଦାନ ସହ ବକେୟା କ୍ଷତିପୂରଣ ଶବବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରଦାନ କରାଯିବବୋଲି ବନବିଭାଗ ଅଧିକାରୀ ପ୍ରକାଶ କରିବାସହ ପ୍ରତିଶୃତି ଦେଇଥିବା ଜଣାପଡିଛି। ଜିତେନ୍ଦ୍ରଙ୍କ ମୃତ୍ୟୁରେ ପୂର୍ବତନ ସାଂସଦ ମହେଶ ସାହୁ ଶୋକ ପ୍ରକାଶ କରିବା ସହ ଜିତେନ୍ଦ୍ରଙ୍କ ପରିବାରଙ୍କୁ ଯଥାଶୀଘ୍ର କ୍ଷତିପୂରଣ ଯୋଗାଇ ଦେବାକୁ କହିବା ସହ ବନବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଥିବା ଜଣାପଡିଛି। ତେବେ ଜିତେନ୍ଦ୍ରଙ୍କ ବିୟୋଗରେ ଆଖପାଖରେ ଶୋକର ଛାୟା ଖେଳି ଯାଇଥିବାବେଳେ ହାତୀ-ମଣିଷ ଲଢେଇ ରୋକିବାପାଇଁ ରାଜ୍ୟସରକାର ଓ ବନବିଭାଗ ଯୋଜନାମୂଳକ ଭାବରେ ପଦକ୍ଷେପ ନେବାକୁ ହିନ୍ଦୋଳବାସୀ ଦାବି କରିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment