BREAKING
Loading...
:

ବରିଷ୍ଠ ନାଗରିକଙ୍କ ମାମଲାରେ ସୁପ୍ରିମକୋର୍ଟଙ୍କ ଯୁଗାନ୍ତକାରୀ ରାୟ, ବଦଳାଇଦେଲେ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ

 ବରିଷ୍ଠ ନାଗରିକଙ୍କ ମାମଲାରେ ସୁପ୍ରିମକୋର୍ଟଙ୍କ ଯୁଗାନ୍ତକାରୀ ରାୟ, ବଦଳାଇଦେଲେ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ



ସୁପ୍ରିମକୋର୍ଟ ବର୍ତମାନ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି ଯେ ‘ବରିଷ୍ଠ ନାଗରିକ ନିଜ ପିଲାଙ୍କୁ ସମ୍ପତ୍ତିରୁ ବେଦଖଲ କରିପାରିବେ’। କୋର୍ଟ କହିଛନ୍ତି ଯେ ବଢୁଥିବା ବୟସର ଅର୍ଥ ଅସୁରକ୍ଷା ଓ ଅପମାନ ହେବା ଉଚିତ ନୁହେଁ, ସାରା ଜୀବନ ଗର୍ବର ସହ ବଞ୍ଚିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଅଧିକାର। ଏ ବାବଦେ ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କ ସେହି ଆଦେଶକୁ ଓଲଟାଇ ଦେଇଛନ୍ତି ଯେଉଁଥିରେ ପୁଅ ଓ ବୋହୂଙ୍କୁ ଘରୁ ବେଦଖଲ କରିବା ପାଇଁ ଟ୍ରିବ୍ୟୁନାଲ କୋର୍ଟଙ୍କ ଆଦେଶକୁ ରଦ୍ଦ କରାଯାଇଥିଲା।


କୋର୍ଟ କହିଛନ୍ତି ଯେ ବୟବୃଦ୍ଧଙ୍କ ଗାରିମା ପାଇଁ ପିଲାଙ୍କୁ ସମ୍ପତ୍ତିରୁ ବାହାର କରିବାକୁ ଆଦେଶ ଦେବା ଲାଗି ଟ୍ରିବ୍ୟୁନାଲ କୋର୍ଟଙ୍କ ଅଧିକାର ଅଛି। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ପି.ଏସ.ନରସିମହା ଓ ଜଷ୍ଟିସ୍ ଆଲୋକ ଅରାଧେଙ୍କ ପୀଠ ମାମଲାର ଶୁଣାଣି କରି କହିଛନ୍ତି ଯେ ଆଇନର ଉଦ୍ଦେଶ୍ୟ ବୟୋବୃଦ୍ଧଙ୍କ ଗାରିମା ଓ ସୁରକ୍ଷା ନିର୍ଦ୍ଧାରଣ କରିବା। ସଭ୍ୟସମାଜର ସ୍ତର ପ୍ରାୟ ଏହି କଥାରୁ ନିର୍ଦ୍ଧାରିତ ହୁଏ ସେ ନିଜ ବୟୋବୃଦ୍ଧଙ୍କୁ କିପରି ସମ୍ମାନ ଓ ସୁରକ୍ଷା ଦେଉଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS