BREAKING
Loading...
:

ରାୟଗଡା ଜିଲ୍ଲା ର କଲନରl ବ୍ଲକ ଅନ୍ତର୍ଗତ ଥେରୁବାଲି ପଞ୍ଚାୟତ ର ଜାତୀୟରାଜପଥ326ନମ୍ବର ପାର୍ଶ୍ଵରେ ଥିବା ତ୍ରିନାଥ ମନ୍ଦିର ନିକଟ ଡିପି କାମ୍ପ ରେ ଗଞ୍ଜେଇ ବିକ୍ରେତା ମାନଙ୍କ ର ମନମୁଖୀ ଶାସନ




 ରାୟଗଡା ଜିଲ୍ଲା ର କଲନରl ବ୍ଲକ ଅନ୍ତର୍ଗତ ଥେରୁବାଲି ପଞ୍ଚାୟତ ର ଜାତୀୟରାଜପଥ326ନମ୍ବର  ପାର୍ଶ୍ଵରେ ଥିବା ତ୍ରିନାଥ ମନ୍ଦିର ନିକଟ ଡିପି କାମ୍ପ ରେ ଗଞ୍ଜେଇ ବିକ୍ରେତା ମାନଙ୍କ ର ମନମୁଖୀ ଶାସନ l 

,,,,,,,,,,,,,,,,,,,,,,,,,,,,,,,,,,,,,,,,,,

ସୂଚନା ଅନୁଯାଇ ଆଜି ରାୟଗଡା ଜିଲ୍ଲା କଲନରl ବ୍ଲକ ଅନ୍ତର୍ଗତ ଥେରୁବାଲି ନିକଟସ୍ଥ ଜାତୀୟରାଜପଥ 326ନମ୍ବର ପାର୍ଶ୍ୱରେ ଥିବା ତ୍ରିନାଥ ମନ୍ଦିରର ରେ ଗଣ୍ଡଗୋଳ ହେବାର ଦେଖିବାକୁ ମିଳିଛି l ସୂଚନା ମୁତାବକ ଏହି ତ୍ରିନାଥ ମନ୍ଦିରରେ ଦୀର୍ଘ ବହୁ ବର୍ଷ ହେଉଅଛି ଏହି ମନ୍ଦିର ସ୍ଥାପିତ ହୋଇଅଛି l କିନ୍ତୁ ବର୍ତମାନ ସମୟରେ ସେହି ମନ୍ଦିରର ପରିଚାଳକ କମିଟି ଙ୍କ ଦ୍ଵାରା ପରିଷ୍କାର ଓ ପରିଛନ ମଧ୍ୟ ରଖାଯାଉଛି l ମନ୍ଦିରର ପୁରହିତ ଏବଂ ସେହି ମନ୍ଦିରର ଦାଇତ୍ୱ ରେ ଥିବା ଶ୍ରୀଯୁକ୍ତ କୃଷ୍ଣ ମିଶ୍ର ଙ୍କ କହିବା ଅନୁଯାଇ ପ୍ରତ୍ୟକ ସମୟରେ କିଛି ଦ୍ରୁବତ ମାନେ ଗଞ୍ଜାଇ ନିଶାରେ ମାତାଲ ରହୁଛନ୍ତି l ତତସଙ୍ଗେ ମନ୍ଦିରର ଚତୁର୍ପାର୍ଶ୍ୱରେ ଅଳିଆ ଆବର୍ଜନା ମଧ୍ୟ କରୁଛନ୍ତି ବୋଲି ଶ୍ରୀ ଯୁକ୍ତ କୃଷ୍ଣ ମିଶ୍ର ଆମ ଗଣମାଧ୍ୟମ ଆଗରେ ମତ ରଖିଛନ୍ତି l ସ୍ଥାନ୍ୟ କିଛି ସମାଜସେବି ଓ ବୁଦ୍ଧିଜୀବୀ ଙ୍କ ମତ ଅନୁସାରେ ପ୍ରାୟ ସମୟରେ କିଛି ନାବାଳକ ଙ୍କୁ ମଧ୍ୟ ଗଞ୍ଜାଇ ନିଶା ନେବାର ଦେଖିବାକୁ ଆମେ ପାଉଛୁ ବୋଲି କହିଛନ୍ତି l ତତସଙ୍ଗେ ଏହିଭଳି ମନ୍ଦିର ଭିତରେ ନିଶା କୁ ବାରଣ କରି ଶ୍ରୀଯୁକ୍ତ କୃଷ୍ଣ ମିଶ୍ର କହିଥିବାରୁ ସେଠାରେ ଉପସ୍ଥିତ ଶ୍ରୀଯୁକ୍ତ ଯାଦବ ଲାଲ ଛୁରୀ ମଧ୍ୟ ଦେଖାଇ ଭୟଭୀତ କରାଇଥିଲେ l ଯାହା ଦ୍ଵାରା ଭୟରେ କୃଷ୍ଣ ଡରିଯାଇ ପଛକୁ ଫେରିଯାଇଥିଲେ l ଆମେ ଗଣମାଧ୍ୟମ ଖବର ପାଇ ସେହି ଜାଗାକୁ ପହଂଚିଲା ପରେ ଶ୍ରୀଯୁକ୍ତ ଯାଦବ ଲାଲ ଆମମାନଙ୍କୁ ମଧ୍ୟ ଆଶୀଳ ଭାଷା ଦେଇ ଗାଳି ଗୁଲଜ କରିଥିଲେ l ଏବଂ ମୁ ଏଇଠି ଗଞ୍ଜାଇ ବିକିବି ଓ ମୁ ନିଶା ନେଇ ଯାହା ମୋ ଇଚ୍ଛା ତାହା କରିବି l ତମେ ମାନେ ଥାନା କୁ ଯାଅ ନହେଲେ ଅବକାରୀ ଭିଭାଗ କୁ ଜଣାଅ କିଏ ମର କିଛି କରିପାରିବେନାହିଁ ବୋଲି ଧମକ ଦେଉଛନ୍ତି ଶ୍ରୀଯୁକ୍ତ ଯାଦବ ଲାଲ l ଏହି ଭଳି ପରିସ୍ଥିତି ରେ ସ୍ଥାନ୍ୟ ଲୋକଙ୍କ ମନରେ ଏକ ପବିତ୍ର ସ୍ଥାନରେ ଏହି ପ୍ରକାରର ପରିବେଶ କୁ ଅଶାନ୍ତି ହୋଇ ଦୁଃଖ ପ୍ରକାଶ କରିଛନ୍ତି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS