BREAKING
Loading...
:

ଦଶପଲ୍ଲା କୁଞ୍ଜବନଗଡ଼ ରଥଯାତ୍ରା - ୨୦୨୬ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 ଦଶପଲ୍ଲା କୁଞ୍ଜବନଗଡ଼ ରଥଯାତ୍ରା - ୨୦୨୬ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 



ଦଶପଲ୍ଲା ୦୮/୦୭ :- ଦଶପଲ୍ଲା କୁଞ୍ଜବନଗଡ଼ ଠାରେ ମହାପ୍ରଭୁ ଶ୍ରୀ ପତିତପାବନ ଜୀଉଙ୍କ ରଥଯାତ୍ରା ନିମନ୍ତେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଆଜି ବ୍ଲକ୍ ସଭା ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଜି ବୈଠକରେ ଶ୍ରୀ ଜୀଉଙ୍କ ରଥଯାତ୍ରା, ବାହୁଡ଼ା ଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେ ପାଇଁ ନୀତିକାନ୍ତି ସମୟ ନିର୍ଘଣ୍ଟ , ରଥ ଚଳାଚଳ ପଥର ସ୍ଥିତି, ଠାକୁରଙ୍କ ସୁନା, ରୂପା ଅଳଙ୍କାର ସଂରକ୍ଷଣ ସୁରକ୍ଷା, ଆଇନ୍ - ଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ, ଅଗ୍ନିଶମ, ବିଦ୍ୟୁତ୍, ଆମ୍ବୁଲାନ୍ସ, ପାନୀୟ ଜଳ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ଆମିଷ ବିକ୍ରୟ ନିଷେଧ ଆଦି ପ୍ରମୁଖ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। ପ୍ରଭୁଙ୍କ ପହଣ୍ଡି ଠାରୁ ନିଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତିକୁ ଶୃଙ୍ଖଳିତ କରିବା ସହିତ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ଓ ବାହୁଡ଼ାକୁ ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ କରିବା ପାଇଁ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ମୁଖ୍ୟ ଅତିଥି ଭାବରେ ବିଧାୟକ ରମେଶ ଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବେ ତହସିଲଦାର ସ୍ମୃତିରଞ୍ଜନ ଶତପଥୀ, ଏନଏସି ଅଧ୍ଯକ୍ଷା ଇଂ ପୁନମ୍ ପ୍ରିୟଦର୍ଶିନୀ, ବି.ଡି.ଓ ଶରତ କୁମାର ମଲ୍ଲିକ, ଏନ୍.ଏ.ସି ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଚଦ୍ରଶେଖର ବାରିକ, ସାଂସଦଙ୍କ ବ୍ଲକ୍ ପ୍ରତିନିଧି କିଶୋର ଚନ୍ଦ୍ର ଦଳ ବେହେରା, ଥାନା ଅଧିକାରୀ ବିନୟ ରଞ୍ଜନ ପରିଡ଼ା ଏବଂ ଏସ୍.ଡି.ପି.ଓ ସୃଷ୍ଟି ପ୍ରଧାନଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ଓ ରଥଯାତ୍ରା କମିଟିର ସଦସ୍ଯ ଯୋଗଦେଇଥିଲେ। ସୂଚନା ଯୋଗ୍ୟ ଯେ, ଜୁଲାଇ ୧୬ ତାରିଖରେ ରଥଯାତ୍ରା ଓ ଜୁଲାଇ ୨୪ ତାରିଖରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

Previous Post Next Post
Header ADS