ପାଣି ପାଇଁ ରାସ୍ତା ଅବରୋଧ
ଭାପୁର ବିଭୂତି ମହାପାତ୍ର) ପାନୀୟ ଜଳ ସଙ୍କଟରେ ଗ୍ରାମବାସୀ । ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି ବି ଫରକ ନପଡିବାରୁ ବାଧ୍ୟ ହୋଇ ରାସ୍ତା ଅବରୋଧ କରିଛନ୍ତି । ଭାପୁର ବ୍ଲକ ଅନ୍ତର୍ଗତ ପଥରଚକଡା ପଞ୍ଚାୟତ ଅଧୀନ ମାଧପୁର ଗ୍ରାମରେ ପାନୀୟ ଜଳ ପାଇଁ କଣ୍ଟିଲୋ ଠାରୁ ଫତେଗଡ ୪୮ ନଂ ରାଜ୍ୟ ରାଜପଥ ଅବରୋଧ କଲେ ଶତାଧିକ ମହିଳା ଏବଂ ପୁରୁଷ । ରାସ୍ତାର ଉଭୟ ପାର୍ଶ୍ବରେ ଯାନବାହନ ଯାତାୟତ ଅଟକି ରହିଥିବା ବେଳେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି ।
ମଣିଭଦ୍ରା ଖବର, ଭାପୁର


Post a Comment