BREAKING
Loading...
:

ଗଣିଆ ଥାନାରେ ଆମ ପୋଲିସ ସମିତି ବୈଠକ

 ଗଣିଆ ଥାନାରେ ଆମ ପୋଲିସ ସମିତି ବୈଠକ 


ଗଣିଆ ୩୧/୦୭(ମଣିଭଦ୍ରା ଖବର) ପୋଲିସ ଏବଂ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ରଖିବା ପାଇଁ ସରକାର ବିଭିନ୍ନ ଥାନା ପରିସରରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହେଉଅଛି । ଏହି ପରୀପ୍ରେକ୍ଷୀରେ ଗଣିଆ ଥାନା ପରିସରରେ ଆୟୋଜିତ ବୈଠକରେ ଥାନା ଅଧିକାରୀ ଟଙ୍କଧର ଛତ୍ରିୟା, ଏସଆଇ ଶ୍ୟାମସୁନ୍ଦର ପ୍ରଧାନ, ଏଏସଆଇ ପ୍ରବାସ ଶବର,ବରିଷ୍ଠ ନାଗରିକ ମଞ୍ଚର ସଭାପତି ଗିରିଶ କୁମାର ମିଶ୍ର, ସମିତି ସଭ୍ୟ ଫକୀର ମୋହନ ଡାକୁଆଙ୍କ ସମେତ ବହୁ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଉପସ୍ଥିତ ଜନସାଧାରଣଙ୍କୁ ଥାନା ଅଧିକାରୀ ବିଭିନ୍ନ ଆଇନ ସମ୍ପର୍କରେ ଅବଗତ କରିଥିଲେ । ଗାଁ ଗହଳିରେ ଯଦି କୈଣସି ବିଶୃଙ୍ଖଳା ସୃଷ୍ଟି ହେଉଛି ତେବେ ତୁରନ୍ତ ଥାନାକୁ ଖବର ଦେବା ଦରକାର ବୋଲି ସେ କହିଥିଲେ । ଗଣିଆ ଥାନାରେ ଆବଶ୍ୟକ କର୍ମଚାରୀ ନଥିବା ବରିଷ୍ଠ ନାଗରିକ ମଞ୍ଚର ସଭାପତି ପ୍ରକାଶ କରିବା ସହିତ ଗଣିଆ ବଜାରରେ ପାର୍କି° ଅସୁବିଧା ହେଉଥିବାରୁ ଦୁର୍ଘଟଣା ଘଟୁଥିବା ପ୍ରକାଶ କରିଥିଲେ । ଗଣିଆର ବିଭିନ୍ନ ଅନ୍ଧାରୁଆ ସ୍ଥାନରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଉପସ୍ଥିତ ଜନସାଧାରଣ ଅଭିଯୋଗ କରିଥିଲେ । ବିଭିନ୍ନ ସ୍ଥାନରେ ବରିଷ୍ଠ ନାଗରିକ ମାନେ ଅବହେଳିତ ହେଉଥିବାରୁ ଏଥିପ୍ରତି ଦୃଷ୍ଟି ଦେବାକୁ ଥାନା ଅଧିକାରୀଙ୍କୁ ନିବେଦନ କରାଯାଇଥିଲା । ଗଣିଆ ହାଟରେ ମୋବାଇଲ ଚୋରୀ ହେଉଥିବାରୁ ପାଟ୍ରୋଲି° ହେବା ଆବଶ୍ୟକ ବୋଲି ମତାମତ ଦେଇଥିଲେ । ପୋଲିସ ସହିତ ସୁସମ୍ପର୍କ ରଖିଲେ ଅପରାଧ ନିରାକରଣ ହେବାରେ ସହାୟକ ହେବ ବୋଲି ଥାନା ଅଧିକାରୀ ପ୍ରକାଶ କରିଥିଲେ ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS