ଜନ ଆରୋଗ୍ୟ ସମିତି ବୈଠକ
ଗଣିଆ ୩୧/୦୭(ସମିସ) ଗଣିଆ ବ୍ଲକର ଆଡକଟା ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଜନ ଆରୋଗ୍ୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜନ ଆରୋଗ୍ୟ ସମିତିର ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମଧୁସୂଦନ ଦାସ, ଡାକ୍ତର ଅବିନାଶ ନାୟକ, ଡାକ୍ତର ସୁନିଲ ଦଳେଇ,ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସୁପରଭାଇଜର କଳ୍ପନା ମିଶ୍ର,ଜନ ସମ୍ପର୍କ ଅଧିକାରୀଣୀ କମଳା ମହାରଣାଙ୍କ ସମେତ ଜନ ଆରୋଗ୍ୟ ସମିତିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ପୂର୍ବ ବୈଠକର ବୀବରଣୀ ପଠନ କରାଯାଇଥିଲା । ମେଡିକାଲ ସମ୍ମୁଖରେ ରୋଗୀ ତଥା ସେମାନଙ୍କ ସମ୍ପର୍କୀୟ ମାନଙ୍କ ପାଇଁ ଏକ ପ୍ରତିକ୍ଷାଳୟ ନିର୍ମାଣ କରିବା ପାଇଁ ଆଲୋଚନା ହୋଇଥିଲା । ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଡ୍ରେସି°ରୁମଟି ଅତ୍ୟନ୍ତ ଛୋଟ ଥିବାରୁ ଅନେକ ସମସ୍ୟା ଉପୁଜିଛି । ତେଣୁ ଏହାକୁ ଆଉ ଟିକେ ବଡ କରି ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ଜନସାଧାରଣ ମାନଙ୍କ ପାଇଁ ଗୋଷ୍ଠୀ ଶୈଚାଳୟ ନିର୍ମାଣ କରିବାକୁ ସ୍ଥାନୀୟ ସରପଞ୍ଚଙ୍କୁ ଅବଗତ କରିବାକୁ ଆଲୋଚନା ହୋଇଥିଲା । ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିବା ବିଦ୍ୟୁତ୍ ଫେଜକୁ ଥ୍ରୀଫେଜରେ ପରିଣତ କରିବାକୁ ଆଲୋଚନା ହୋଇଥିଲା । ସ୍ବାସ୍ଥ୍ୟକେନ୍ଦ୍ରର ଉନ୍ନତି ପାଇଁ ସମିତିର ସଦସ୍ୟ ମାନେ ବିଭିନ୍ନ ମତ ଦେଇଥିଲେ ।
ମଣିଭଦ୍ରା ଖବର, ଗଣିଆ


Post a Comment