ବୈଦ୍ୟେଶ୍ୱର ଥାନା ପରିସର
ତ୍ରିନାଥ ଠାକୁରଙ୍କ ବାର୍ଷିକ ଉତ୍ସବ
ବାଙ୍କୀ,(ମାନସ ରଞ୍ଜନ ସାହୁ ): ବାଙ୍କୀ ବୈଦ୍ୟେଶ୍ୱର ଥାନା ପରିସରରେ ଅବସ୍ଥିତ ତ୍ରିନାଥ ଠାକୁରଙ୍କ ବାର୍ଷିକ ଉତ୍ସବ ଶ୍ରଦ୍ଧା ଓ ଭକ୍ତିଭାବର ସହ ପାଳନ କରାଯାଇଛି। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଆଧ୍ୟାତ୍ମିକ ବାଦୀ ବ୍ୟକ୍ତି ଯୋଗ ଦେଇଥିଲେ lସକାଳୁ ମଙ୍ଗଳ ଆଳତି, ପୂଜାର୍ଚ୍ଚନା, ହୋମ-ଯଜ୍ଞ ଓ ବିଶେଷ ନୀତିକାନ୍ତି ସମ୍ପନ୍ନ ହୋଇଥିଲା। ସନ୍ଧ୍ୟାରେ ଭଜନ ସମାରୋହ ପରିବେଷଣ କରାଯାଇଥିଲା l ପରେ ଠାକୁରଙ୍କ ନିକଟରେ ଭୋଗ ଅର୍ପଣ କରାଯାଇଥିବା ବେଳେ ଶତାଧିକ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ସେବନ କରାଯାଇଥିଲା। ବୈଦ୍ୟେଶ୍ୱର ଥାନା ଅଧିକାରୀଣୀ ଇପ୍ସିତା ପ୍ରିୟଦର୍ଶିନୀଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ବାଙ୍କୀ ଏସ ଡି ପିଓ ବାଳକୃଷ୍ଣ କହଁର, ବାଙ୍କୀ ଥାନା ଆଇ ଆଇ ସି ଦିଲ୍ଲୀପ କୁମାର ଭୁଆଁ ପ୍ରମୁଖ ସପରିବାର ଅତିଥି ଭାବେ ଯୋଗଦେଇ ଥିଲେ l
ଉତ୍ସବରେ ସ୍ଥାନୀୟ ନେତା, ପୂଜା କମିଟିର ସଦସ୍ୟ ମହମ୍ମଦ ରଜାକ, ଭଗବାନ ରଣା, ପ୍ରତିମା ଗାଣ୍ଠିଆ, ଚିନ୍ମୟ ମହାନ୍ତି, ସରପଞ୍ଚ ଗଣ, ବିଶିଷ୍ଟ ବ୍ୟବସାୟୀ, ଠିକାଦାର ଏବଂ ସ୍ଥାନୀୟ ଗ୍ରାମବାସୀ ସକ୍ରିୟ ସହଯୋଗ କରିଥିଲେ l ରାଜ୍ୟ ଡିଜିଟାଲ ସଙ୍ଘ ସଭାପତି (odm ) ବରିଷ୍ଠ ସାମ୍ବାଦିକ ସତ୍ୟବ୍ରତ ଦାସ, ବାଙ୍କୀ ଶାଖା ସଭାପତି ମାନସ ରଞ୍ଜନ ସାହୁ, ଆନନ୍ଦ ସ୍ୱାଇଁ ପ୍ରମୁଖ ବିଶେଷ ଅତିଥି ଭାବେ ଯୋଗଦେଇ ଥିଲେ l ବହୁ ଭକ୍ତଙ୍କ ସକ୍ରିୟ ଯୋଗଦାନ ଦେଖିବାକୁ ମିଳିଥିଲା। ଧାର୍ମିକ ପରିବେଶ ମଧ୍ୟରେ ଭଜନ-ସମାରୋହ,ବୈଦ୍ୟେଶ୍ୱର ଗ୍ରାମ୍ୟ ଭାଗବତ ମଣ୍ଡଳୀ ଯୋଗଦେଇ ନାମ ପରିବେଷଣ କରିଥିଲେ l ଭକ୍ତମାନେ ପ୍ରସାଦ ସେବନ କରି ତ୍ରିନାଥ ଠାକୁରଙ୍କ ଆଶୀର୍ବାଦ ଲାଭ କରିଥିଲେ।
ଉତ୍ସବ ଅବସରରେ ବୈଦ୍ୟେଶ୍ୱର ଥାନା ପକ୍ଷରୁ ତ୍ରିନାଥ ମନ୍ଦିର ସହିତ ଥାନା ପରିସର ସୁନ୍ଦର ଆଲୋକମାଳ ତୋରଣ ସାଜସଜ୍ଜା କରାଯାଇଥିଲା। ସମସ୍ଥ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଥିବାରୁ ଥାନା ଅଧିକାରିଣୀ ଶ୍ରୀମତୀ ଇପ୍ସିତା ପ୍ରିୟଦର୍ଶିନୀଙ୍କୁ ଅଞ୍ଚଳବାସୀ ଭୁରି ଭୁରି ପ୍ରଶଂସା କରିଛନ୍ତି l ଶାନ୍ତି ଶୃଙ୍ଖଳା ରେ ଉତ୍ସବ ପାଳନ ହୋଇଥିବା ରୁ ଆୟୋଜକଙ୍କ ସମେତ ଥାନାର ସମସ୍ତ କର୍ମଚାରୀ ମାନେ ସନ୍ତୋଷ ପ୍ରକାଶ କରିଥିଲେ।
ମଣିଭଦ୍ରା ଖବର, ବାଙ୍କୀ


Post a Comment