BREAKING
Loading...
:

ଶିକ୍ଷାବିତଙ୍କ ବିୟୋଗରେ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଶୋକସଭା

 



ଗଣିଆ ୨୯/୦୭(ମଣିଭଦ୍ରା ଖବର) ଗଣିଆ ବ୍ଲକର ବରିଷ୍ଠ ଶିକ୍ଷାବିତ୍ ଦ୍ବିତୀକୃଷ୍ନ ସାହୁଙ୍କ ବିୟୋଗରେ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକ ଶିକ୍ଷକ ସଂଘର ସଭାପତି ପ୍ରତାପ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ବୈଠକରେ ସମ୍ପାଦକ ଶୋଭନ କୁମାର ପଣ୍ଡା, ବରିଷ୍ଠ ନାଗରିକ ମଞ୍ଚର ସଭାପତି ଗିରିଶ କୁମାର ମିଶ୍ର, ପୂର୍ବତନ ସମ୍ପାଦକ ସୁରେଶ କୁମାର ବେହେରା, ବରିଷ୍ଠ ଶିକ୍ଷକ ପ୍ରଫୁଲ୍ଲ କୁମାର ମିଶ୍ର,ଉଦ୍ୟନାଥ ସାହୁଙ୍କ ସମେତ ବହୁ ଶିକ୍ଷକ ଉପସ୍ଥିତ ଥିଲେ । ଶ୍ରୀ ସାହୁଙ୍କ ବିୟୋଗରେ ତାଙ୍କର ଅମର ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ତାଙ୍କ ସହିତ ବିତାଇଥିବା ଅଭୁଲା ସ୍ମୃତି ସମ୍ପର୍କରେ ଶିକ୍ଷକ ମାନେ ଆଲୋଚନା କରିଥିଲେ । ପ୍ରାଥମିକ ଶିକ୍ଷକ ସଂଘ ପାଇଁ ତାଙ୍କ ଅବଦାନ ଅତୁଳନୀୟ ଥିବା ବେଳେ ତାଙ୍କ ପରାମର୍ଶରେ ଶିକ୍ଷକ ମାନେ ପ୍ରେରଣା ପାଉଥିଲେ । ପବିତ୍ର ଗୁରୁ ପୂର୍ଣ୍ଣିମାରେ ତାଙ୍କ ଭଳି ଜଣେ ଗୁରୁଙ୍କ ଗୁଣଗାନ କରିବା ସୈଭାଗ୍ୟ ବୋଲି ସଭାପତି ପ୍ରକାଶ କରିଥିଲେ ‌ । ତାଙ୍କ ପରିବାରକୁ ମହାପ୍ରଭୁ ସାହସ ଦିଅନ୍ତୁ ବୋଲି ପ୍ରାର୍ଥନା କରାଯାଇଥିଲା ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS