BREAKING
Loading...
:

ଗୋଶାଣି ନୁଆଗାଓଁ ଥାନା ପାଖରୁ ନିଶାମୁକ୍ତ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ*

 *ଗୋଶାଣି ନୁଆଗାଓଁ ଥାନା ପାଖରୁ ନିଶାମୁକ୍ତ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ*



 ବ୍ରମ୍ହପୁର, ର୍ପୂର୍ବାହ୍ନ 11 ଘଟିକା ସମୟରେ ଗୋଶାଣିନୁଆଗାଓଁ ଥାନା ପକ୍ଷରୁ SDPO  ଶ୍ରୀ ପ୍ରିୟସ ରଞ୍ଜନ ଛୋଟରାୟ ଟାଉନ ,ଙ୍କ ସଭାପତିତ୍ୱ ରେ ଗୋଶାଣିନୁଆଗାଓଁ ଥାନା ଅଧିକାରୀ ଶ୍ରୀ ପ୍ରତାପ କୁମାର ଦାଶ ଙ୍କ ତତ୍ୱବାଧାନରେ ଅଞ୍ଚଳର ବରିଷ୍ଠ ନାଗରିକ ତଥା ଅଞ୍ଚଳର ସଚେତନ ନାଗରିକ ମାନଙ୍କୁ ନେଇ ଏକ  *ନିଶାମୁକ୍ତ ଓଡ଼ିଶା * ଆଲୋଚନା କାର୍ଯ୍ୟକ୍ରମ ସଫଳତାର ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ଗୋଶାଣିନୁଆଗାଓଁ ଥାନା ଅନ୍ତର୍ଗତ ସମସ୍ତ ଅଞ୍ଚଳର ବ୍ୟକ୍ତି ବିଶେଷ ଯୋଗ ଦେଇ ନିଜ ନିଜ ଅଞ୍ଚଳ ର ସମସ୍ୟା ବିଷୟରେ ଅବଗତ କରାଇଥିଲେ । ଏହି ଅବସରରେ ନିଜକୁ ତଥା ନିଜ ପାରିପାର୍ଶ୍ବିକ ପରିବେଶ କୁ ନିଶା ମୁକ୍ତ ରଖିବା ପାଇଁ ଏକ ସମୂହ ଶପଥ ପାଠ ଥାନା ଅଧିକାରୀ ଶ୍ରୀ ପ୍ରତାପ କୁମାର ଦାଶ ଙ୍କ ଦ୍ୱାରା କରାଯାଇଥିଲା । ସମସ୍ତ ଅଞ୍ଚଳ ବାସୀ ଉକ୍ତ କାର୍ଯ୍ୟକ୍ରମରେ ସମ୍ପୁର୍ଣ୍ଣ ସହଯୋଗ କରିବାକୁ ଅନୁରୋଧ କରିବା ସହ ପୋଲିସ ସବୁପ୍ରକାର ସମୟପଯୋଗୀ ସହାୟତା କରିବା ବୋଲି SDPO ଶ୍ରୀ ପ୍ରିୟସ ରଞ୍ଜନ ଛୋଟରାୟ ଆଶ୍ୱାସନା ଦେଇଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଥାନାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS