BREAKING
Loading...
:

ଆଞ୍ଚଳିକ ବିକାଶ ମଞ୍ଚ ପକ୍ଷରୁ ଆଗାମୀ ୧୨ ତାରିଖ ଶୁକ୍ରବାରରେ ରାସ୍ତା ରୋକ ପାଇଁ ପ୍ରସ୍ତୁତି ବୈଠକ.

 ଆଞ୍ଚଳିକ ବିକାଶ ମଞ୍ଚ ରସଙ୍ଗ,ଛାମୁଣ୍ଡିଆ, ବଡ଼ସିଲିଙ୍ଗା ପଞ୍ଚାୟତ ପକ୍ଷରୁ ଆଗାମୀ ୧୨ ତାରିଖ ଶୁକ୍ରବାରରେ  ରାସ୍ତା ରୋକ ପାଇଁ ପ୍ରସ୍ତୁତି ବୈଠକ.

 



ଗଣିଆ ( ମଣିଭଦ୍ରା ଖବର) ଗଣିଆ ଠାରୁ ଛାମୁଣ୍ଡିଆ ରାସ୍ତାର ନିର୍ମାଣ କାର୍ଯ୍ୟ  ଶୀଘ୍ର କାର୍ଯ୍ୟକାରୀ କରିବା ଦାବିରେ ରାସଙ୍ଗ, ଛାମୁଣ୍ଡିଆ, ବଡସିଲିଙ୍ଗା ପଞ୍ଚାୟତର ପ୍ରତି ଗ୍ରାମ ର ୱାର୍ଡ ମେମ୍ବର ସମେତ ଆଞ୍ଚଳିକ ବିକାଶ ମଞ୍ଚର ନେତୃବୃନ୍ଦ ଯୋଗଦେଇ ରାସ୍ତା ରୋକ ର ରୂପରେଖ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ରାସ୍ତାରୋକ ଅନିର୍ଦିଷ୍ଟ କାଳ ପାଇଁ ଜାରି ରହିବା ର ନିଷ୍ପତି ନିଆଯାଇଥିଲା।  




 ଯେ ପର୍ଯ୍ୟନ୍ତ ଏହାର ସ୍ଥାୟୀ ଲିଖିତ ଦୃଢ ପ୍ରତିଶ୍ରୁତି   ମିଳିନାହିଁ ସେ ପର୍ଯ୍ୟନ୍ତ ଏହି ରାସ୍ତା ରୋକ ଜାରିରହିବ ବୋଲି ସ୍ଥିର କରାଯାଇଥିଲା। ଏହି ରାସ୍ତାରୋକ ରେ ୧୦୦୦ ରୁ ଉର୍ଦ୍ଧ୍ବ ଲୋକ ଉପସ୍ଥିତ ରହି ଆନ୍ଦୋଳନ କୁ ତୀବ୍ରତର କରିବା ପାଇଁ ସ୍ଥିର କରିଥିଲେ। ଏହି ରାସ୍ତାରୋକ ଆଗାମୀ ସମୟରେ ଭୟାନକ ପରିସ୍ଥିତି ସୂର୍ଷ୍ଟି କରିବ ବୋଲି ମଞ୍ଚ ପକ୍ଷରୁ ମତ ପ୍ରକାଶ କରିଥିଲେ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS