BREAKING
Loading...
:

କରଡାପଡା ପଞ୍ଚାୟତ ପ୍ରିମିୟର ଲିଗ୍, ରୟାଲ ଷ୍ଟ୍ରାଇକର ଏବଂ ଷ୍ଟର୍ମ ଏକାଦଶ ବିଜୟୀ

 କରଡାପଡା ପଞ୍ଚାୟତ ପ୍ରିମିୟର ଲିଗ୍, ରୟାଲ ଷ୍ଟ୍ରାଇକର ଏବଂ ଷ୍ଟର୍ମ ଏକାଦଶ ବିଜୟୀ 

ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ କରଡାପଡା ପଞ୍ଚାୟତର ସିଜିନ -୧ ପ୍ରିମିୟର ଲିଗରେ ରବିବାର ଦୁଇଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ।  ଆଜିର ପ୍ରଥମ ମ୍ୟାଚ୍ ରେ  ରୟାଲ ଷ୍ଟ୍ରାଇକର ବନାମ ପାଓ୍ବାର ହିଟର ଷ୍ଟାର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍ ରେ ରୟାଲ ଷ୍ଟ୍ରାଇକର ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଇଥିଲା । ଦଳର ଅଧିନାୟକ ବିଷ୍ଣୁଙ୍କର ୧୦୭ ରନ୍ ସାହାଯ୍ୟରେ ଦଳ ୧୦ ଓଭର ରେ ୧୬୭ ରନ୍ ସଂଗ୍ରହ କରିଥିଲା।  ଜବାବରେ ପାଓ୍ବାର ହିଟର ଷ୍ଟାର ୧୦ ଓଭର ରେ ୧୦୫ ରନ୍ ସଂଗ୍ରହ କରି ପରାଜୟ ହୋଇଥିଲା। ଏହି ମ୍ୟାଚର ମୁଖ୍ୟ ଅତିଥି ଭାବରେ କରଡାପଡା ପଞ୍ଚାୟତର ସମିତି ସଭ୍ୟା  ଗୀତାଞ୍ଜଳି ରାଉତ ଯୋଗ ଦେଇଥିଲେ ।



 ଆଜିର ଦ୍ଵିତିୟ ମ୍ୟାଚ୍ ରେ ଷ୍ଟର୍ମ ଏକାଦଶ ବନାମ ସାଇଲେଣ୍ଟ କିଲର୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍ ରେ ଷ୍ଟର୍ମ ଏକାଦଶ ଟସ୍ ଜିତି ବ୍ୟାଟିଂ ର ନିଷ୍ପତି ନେଇଥିଲା । ଦଳ ୧୯ ଓଭର ରେ ୧୫୩ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ସାଇଲେଣ୍ଟ କିଲର୍ ୧୦ ଓଭର ରେ ୧୫୧ ରନ୍ ସଂଗ୍ରହ କରି ପରାଜୟ ବରଣ କରିଥିଲା। ଏହି ମ୍ୟାଚ୍ ର ମୁଖ୍ୟ ଅତିଥି ଭାବରେ ଛାମୁଣ୍ଡିଆ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଦିପ୍ତିରେଖା ସେନାପତି ଯୋଗ ଦେଇଥିଲେ । ଆୟୋଜକ ଦଳର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS