BREAKING
Loading...
:

ଧାନର MSP ବଢ଼ାଇଲେ କେନ୍ଦ୍ର ସରକାର

 ଧାନର MSP ବଢ଼ାଇଲେ କେନ୍ଦ୍ର ସରକାର



କେନ୍ଦ୍ର କ୍ୟାବିନେଟର ବୈଠକରେ ଚାଷୀ, ଭିତ୍ତିଭୂମି ଏବଂ ଶକ୍ତି କ୍ଷେତ୍ର ସହ ଜଡିତ ଅନେକ ପ୍ରମୁଖ ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି । ୨୦୨୬-୨୭ ଖରିଫ ଋତୁ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (MSP) ବୃଦ୍ଧିକୁ କ୍ୟାବିନେଟ୍ ଅନୁମୋଦନ କରିଛି । ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ବୃଦ୍ଧି କଲେ କେନ୍ଦ୍ର ସରକାର ।


ଏଥିପାଇଁ ସରକାର ମୋଟ ୨.୬୦ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।


କେନ୍ଦ୍ର କ୍ୟାବିନେଟ୍ ଉକ୍ତ ବିସୟରେ ଏହି ନିଷ୍ପତ୍ତି ନେଇଛି । କ୍ୟାବିନେଟ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି ଯେ ଧାନର ନୂତନ ସର୍ବନିମ୍ନ ସହାୟକ ମୂଲ୍ୟ ୨,୪୪୧ ଟଙ୍କା ସ୍ଥିର କରାଯାଇଛି, ଯାହା ପୂର୍ବ ସର୍ବନିମ୍ନ ସହାୟକ ମୂଲ୍ୟ ତୁଳନାରେ ୭୨ ଟଙ୍କା ଅଧିକ।


ସର୍ବନିମ୍ନ ସହାୟକ ମୂଲ୍ୟ (MSP) ହେଉଛି ଏକ ନିଶ୍ଚିତ ମୂଲ୍ୟ ଯାହା ଚାଷୀମାନେ ସେମାନଙ୍କ ଫସଲ ପାଇଁ ପାଆନ୍ତି । ଯଦିଓ ସେହି ଫସଲର ବଜାର ମୂଲ୍ୟ କମ୍ ଥାଏ। ଏହା ପଛରେ ଯୁକ୍ତି ହେଉଛି ଚାଷୀମାନେ ଯେଭଳି ବଜାର ମୂଲ୍ୟରେ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ନ ହୁଅନ୍ତି ଏବଂ ସେମାନଙ୍କ ଉତ୍ପାଦର ସର୍ବନିମ୍ନ ମୂଲ୍ୟ ପାଇଥାନ୍ତି ତାହା ନିଶ୍ଚିତ କରିବା।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS