BREAKING
Loading...
:

ଅନ୍‌ଲାଇନ୍‌ରେ ଔଷଧ ବିକ୍ରିକୁ କଡା ବିରୋଧ

 ଅନ୍‌ଲାଇନ୍‌ରେ ଔଷଧ ବିକ୍ରିକୁ କଡା ବିରୋଧ



ଅନ୍‌ଲାଇନ୍‌ରେ ଔଷଧ ବିକ୍ରିକୁ କଡା ବିରୋଧ । ଅନ୍‌ଲାଇନ୍‌ରେ ଔଷଧ ବିକ୍ରିକୁ ବିରୋଧ କରି ଆସନ୍ତା ୨୦ରେ ଓଡ଼ିଶାରେ ସମସ୍ତ ଔଷଧ ଦୋକାନ ବନ୍ଦ ନେଇ ନିଷ୍ପତି ନେଲା ଉତ୍କଳ CHEMIST ଆଣ୍ଡ DRUGIST ଆସୋସିଏସନ୍ । ଆସୋସିଏସନର ସାଧାରଣ ସଭାପତି ପି ସତ୍ୟନାରାୟଣ ଓ ସମ୍ପାଦକ ପ୍ରଶାନ୍ତ ମହାପାତ୍ର କହିଛନ୍ତି ଯେ, ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନରେ ୩୦ହଜାର ଔଷଧ ବ୍ୟବସାୟୀ ଅଛନ୍ତି।


ସେମାନଙ୍କ ଯୋଗୁ ଅଢେଇ ଲକ୍ଷ ପରିବାର ପ୍ରତିପୋଷଣ ହେଉଛି । ଗୋଟିଏ ପଟେ ଅନଲାଇନ୍‌ରେ ଔଷଧ କାରବାର ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଔଷଧ ଦୋକାନ ଦାୟିତ୍ୱରେ ଥିବା କର୍ମଚାରୀଙ୍କ କାମ ବନ୍ଦ ହେବାକୁ ବସିଛି। ଅନଲାଇନରେ ଡ୍ରଗ୍ସ ଓ କସମେଟିକ୍‌ ବ୍ୟବସାୟ ଆଇନସମ୍ମତ ନୁହେଁ । ତଥାପି କେହି ଏଦିଗରେ ସଚେତନ ନୁହନ୍ତି। ଏହାର ପ୍ରତିବାଦ ସ୍ୱରୂପ ଆସନ୍ତା ୨୦ରେ ସମସ୍ତ ଔଷଧ ଦୋକାନ ବନ୍ଦ ପାଇଁ ଆସୋସିଏସନ ନିଷ୍ପତ୍ତି ନେଇଛି।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS