BREAKING
Loading...
:

ସ୍କୁଟି ଉପରେ ଚଢିଗଲା ଟ୍ରକ,,

 



ସ୍କୁଟି ଉପରେ ଚଢିଗଲା ଟ୍ରକ,, 

ଟାଙ୍ଗୀ-.


ମା ଉଗ୍ରତାରା ଙ୍କୁ ଦର୍ଶନ  କରି ସାରି ସ୍କୁଟି ରେ ଦୁଇ ଯୁବତୀ ଫେରୁଥିଲେ  ଭୁବନେଶ୍ୱର,,, ୧୬ ନମ୍ବର ଜାତୀୟ  ରାଜପଥ  ମା ଉଗ୍ରତାରା ଙ୍କ ଛକ ନିକଟରେ  ଭାରସାମ୍ୟ ହରାଇ ସ୍କୁଟି ଉପରେ  ଚଢିଗଲା ଚାଉଳ ବୋଝେଇ ଟ୍ରକ,,,ଜଟଣୀ ରୁ  PDS ଚାଉଳ ବୋଝେଇ କରି ନିକଟସ୍ଥ ସରକାରୀ ଗୋଦାମ କୁ ଆସୁଥିଲା  ଚାଉଳ ବୋଝେଇ ଟ୍ରକ,,, ଟ୍ରକ ବୋଝେଇ ଟ୍ରକ  ଚଢ଼ିଯିବାରୁ ଦୁଇ ସ୍କୁଟି ଆରୋହୀ  ଯୁବତୀ ଗୁରୁତର ହୋଇଛନ୍ତି,,,,  ଦୁର୍ଘଟଣା ପରେ ଟ୍ରକ ସ୍କୁଟି କୁ ୨୦  ମିଟର ପର୍ଯ୍ୟନ୍ତ ଘୋଷାରୀ ନେଇଥିଲା,,,, ଫଳରେ ଜଣେ ଯୁବତୀ ଙ୍କର ଗୋଡ଼ ଦୁଇଟି ଭାଙ୍ଗି ଯାଇଥିବା ବେଳେ ଅନ୍ୟ ଜଣଙ୍କର ଶରୀର ର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇ  ପ୍ରବଳ ରକ୍ତଶ୍ରାବ ହୋଇଛି,,, ଖବର ପାଉ ସ୍ଥାନୀୟ ନୂଆଗଡ଼  ଗ୍ରାମପଞ୍ଚାୟତ ସରପଞ୍ଚ  ରଘୁନାଥ ମାଝୀ   ଘଟଣା ସ୍ଥଳରେ ପହଁଚି ଗୁରୁତର ଙ୍କୁ ଉଦ୍ଧାର କରିବା ପାଇଁ ୧୦୮ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ,, ତେବେ ଆମ୍ବୁଲାନ୍ସ ଆସିବାରେ ବହୂ ବିଳମ୍ୱ ହେବାରୁ ପୋଲିସ ଗାଡ଼ିରେ ଦୁଇ ଗୁରୁତର ଙ୍କୁ ଉଦ୍ଧାର କରି ଟାଙ୍ଗୀ  ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରିଥିଲେ,,, ପୋଲିସ ଚାଉଳ ବୋଝେଇ ଟ୍ରକ କୁ ଜବତ କରିବା ସହ ଚାଳକ କୁ ଅଟକ  ରଖି ଘଟଣା ର  ତଦନ୍ତ କରୁଅଛି,,,,


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS