BREAKING
Loading...
:

କଳାପଥରରେ ରାବଣପୋଡି ଉତ୍ସବ ଉଦଯାପିତ

 କଳାପଥରରେ ରାବଣପୋଡି ଉତ୍ସବ ଉଦଯାପିତ 



ବାଙ୍କୀ , 13l5(ମାନସ ରଞ୍ଜନ ସାହୁ ):ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର ଗ୍ରାମ ବଡ଼ସାହି ରାଧାମୋହନଙ୍କ ପ୍ରାଙ୍ଗଣରେ ଅକ୍ଷତୃତୀୟା ଠାରୁ  ଚାଲିଥିବା ରାମଲୀଲା ଯାତ୍ରା ଉତ୍ସବ ଆଜି ଉଦଯାପିତ ହୋଇଯାଇଛି. ଗ୍ରାମର ରାମଲୀଳା କଳା ସାଂସଦ ଆନୁକୂଲ୍ୟରେ ଦୀର୍ଘ 95ବର୍ଷ ଧରି ବିକ୍ରମ ଭଣତି ରାମାୟଣ ପୁରାଣ ଗୁରୁ ନୀଳମଣି ସାଥୁଆଙ୍କ ଅଧକ୍ଷତାରେ ମହା ଆଡ଼ମ୍ବର ସହିତ ରୀତିନୀତି ଏବଂ ଧର୍ମୀୟ ଭାବନାରେ ଶ୍ରଦ୍ଧାଳୁ ମାନେ ରାମଲୀଲା ଯାତ୍ରା ଶତାଧିକ ଶ୍ରଦ୍ଧାଳୁ ଶ୍ରୀରାମ ପୁରାଣ ଶୁଣିବା ସହିତ ଅଭିନୟ ଦେଖି ନିଜକୁ ସମର୍ପଣ କରି ଉପଭୋଗ କରୁଥିଲେ. ଗ୍ରାମର ଚବକା ପଡିଆରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଥିଲା. ରାବଣ ପୋଡି ଉତ୍ସବ ଦେଖିବାକୁ ଆଖ ପାଖ ଅଂଚଳ ର ବହୁ ସଂଖ୍ୟକ ଲୋକଙ୍କ ସାମଗମ ହୋଇଥିଲା.ଏହି ଗ୍ରାମର ଯୁବ ସମାଜସେବୀ ବିଶ୍ୱଜିତ ସାହୁ(ଟୁଟୁ ବାବୁ ),ଗଣେଶ୍ୱର ମହାପାତ୍ର, ଗଣେଷ ବାରିକ, ଅକ୍ରୁର ରଣା, ସନ୍ତୋଷ ମହାପାତ୍ର, ମନୋଜ କୁମାର ସାହୁ, ପ୍ରଦୀପ କୁମାର ସାହୁ,ନୀଳକଣ୍ଠ ମହାନ୍ତି, ପ୍ରମୋଦ ଚୌଧୁରୀ, ପ୍ରମୋଦ ଷଡ଼ଙ୍ଗୀ, ପ୍ରକାଶ ବାରିକ ଙ୍କ ସମେତ ଗ୍ରାମର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ପରିଚାଳନା ରେ ସହଯୋଗ କରିଥିଲେ ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

Previous Post Next Post
Header ADS