BREAKING
Loading...
:

ଚୁଡାପାଲିରେ ବେଆଇନ “ସାହୁ କ୍ଲିନିକ”: ଲୋକଙ୍କ ଜୀବନ ସହ ଖେଳ ନେଇ ଅଭିଯୋଗ

 



ଚୁଡାପାଲିରେ ବେଆଇନ “ସାହୁ କ୍ଲିନିକ”: ଲୋକଙ୍କ ଜୀବନ ସହ ଖେଳ ନେଇ ଅଭିଯୋଗ

ବଲାଙ୍ଗୀର: ଜିଲ୍ଲାର ଚୁଡାପାଲି ଅଞ୍ଚଳରେ “ସାହୁ କ୍ଲିନିକ” ନାମରେ ଚାଲୁଥିବା ଏକ ବେଆଇନ ଚିକିତ୍ସା କେନ୍ଦ୍ରକୁ ନେଇ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି କ୍ଲିନିକରେ ଯଥାର୍ଥ ଯୋଗ୍ୟତା ନଥିବା ବ୍ୟକ୍ତି ଡାକ୍ତର ସଜି ଚିକିତ୍ସା କରୁଛନ୍ତି।

ବିଶେଷ କରି ଡାନ୍ତ ଚିକିତ୍ସା ନାମରେ ରୋଗୀମାନଙ୍କୁ ଭୁଲ ଚିକିତ୍ସା ଦେଇ ଅର୍ଥ ଆଦାୟ କରାଯାଉଥିବାର ଅଭିଯୋଗ ହେଉଛି। ଯଥାର୍ଥ ଚିକିତ୍ସା ସାଜସଜ୍ଜା ଓ ପରିବେଶ ନଥିବା ସତ୍ତେ ମଧ୍ୟ ଏହିପରି କ୍ଲିନିକ ଚାଲୁଥିବାରୁ ଲୋକଙ୍କ ସ୍ୱାସ୍ଥ୍ୟ ଜୋଖିମରେ ପଡ଼ୁଛି।

ସ୍ଥାନୀୟ ଅଞ୍ଚଳବାସୀମାନେ ପ୍ରଶାସନଙ୍କୁ ଏହି ବେଆଇନ କ୍ଲିନିକ ଉପରେ ତଦନ୍ତ କରି ଶୀଘ୍ର କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ଯଦି ଏହାକୁ ଗମ୍ଭୀରତାର ସହ ନେଇ ପଦକ୍ଷେପ ନ ନେଉଛି, ତେବେ ଆଗାମୀଦିନରେ ବଡ଼ ଅପମୃତ୍ୟୁ ଘଟିପାରେ ବୋଲି ଭୟ ବ୍ୟକ୍ତ କରାଯାଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS