ଗ୍ରାହକ ମାନଙ୍କୁ ନେଇ ବ୍ୟାଙ୍କ ପକ୍ଷରୁ ବୈଠକ ହୋଇଥିଲା
ଅନୁଗୋଳ ଜିଲ୍ଲା କିଶୋର ନଗର ବ୍ଲକ ଅନ୍ତର୍ଗତ ଯାମୁନାଳୀ ଠାରେ ଥିବା ବରୋଦା ବ୍ୟାଙ୍କ ପକ୍ଷରୁ ଗ୍ରାହକ ମାନଙ୍କୁ ନେଇ ଏକ ବୈଠକ ହୋଇଥିଲା । ବ୍ୟାଙ୍କ ଉଚ୍ଚ ଅଧିକାରୀ ମାନେ ସମୀକ୍ଷା ବୈଠକ କରିଥିଲେ । ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟର ବରିଷ୍ଠ ପରିଚାଳକ ଶ୍ରୀଯୁକ୍ତ ନନ୍ଦ କିଶୋର ଦଣ୍ଡ ସେନାଙ୍କ ଅଧ୍ୟକ୍ଷତା ରେ ଜାମୁନାଳୀ ଗ୍ରାମର ସରପଞ୍ଚ ଗ୍ରାହକ ବରିଷ୍ଠ ଗ୍ରାହକ ମାନଙ୍କୁ ନେଇ ବୈଠକ ହୋଇଥିଲା । ଜାମୁନାଳୀ ଗ୍ରାମର ଗ୍ରହକ ଓ ସରପଞ୍ଚ ବ୍ୟାଙ୍କ ର ସମସ୍ତ କର୍ମ ଚାରି ଉପସ୍ଥିତ ଥିଲେ ।ବୈଠକ ରେ ଗ୍ରାହକ ମାନଙ୍କୁ ସେମାନଙ୍କ ର ସମସ୍ତ ସୁବିଧା ଉପରେ ଆଲୋଚନା ହୋଇଥିଲା ।ସେମାନଙ୍କ ର ଚିନ୍ତା ଧାରା ଦୂର କରିବା ପାଇଁ ନେଟ ୱର୍କ ସମସ୍ୟା ଯୋଗୁଁ OTP ସହିତ ବିଭିନ୍ନ ପ୍ରକାର ସମସ୍ୟା ରେ ସମ୍ମୁଖୀନ ହେବାକୁ ପଡୁଛି । ନୂତନ ଖାତା ଖୋଲିବା ଇ କେ ୱା ଇ ସି ଆଧାର ଲିଙ୍କ ଜନିତ ସମସ୍ୟା ହେଉଛି । ଏହା ଏକ ଗ୍ରାମୀଣ ଅଞ୍ଚଳ ସେଠାରେ କେବଳ ଗୋଟିଏ ଟେଲି କମ୍ ସେବା ପ୍ରଦାନ କାର୍ଯ୍ୟ କରୁଛି । ଏହା ମୋବାଇଲ ବ୍ୟାଙ୍କ ସେବା ବ୍ୟବହାର କରିବା ସମୟରେ ଅନ୍ୟ ମୋବାଇଲ ନେଟ୍ ୱାର୍କ ବ୍ୟବହାର କରୁଥିବା ଗ୍ରାହକ ମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ATM ର ସୁବିଧା କରିବା ପାଇଁ ମଧ୍ୟ କହିଥିଲେ । ଉପରିସ୍ଥ ଉଚ୍ଚ ଅଧିକାରୀ ମାନେ ତୁରନ୍ତ ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ଅଞ୍ଚଳ ବାସୀଙ୍କୁ ପ୍ରତି ଶ୍ରୁତି ଦେଇଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment