BREAKING
Loading...
:

ମାର୍ଚ୍ଚ ମାସ ସୁଦ୍ଧା ଦୂର ହେବ କି ଚିରା ଚରିତ ପାନୀୟ ଜଳ ସମସ୍ୟା,୧୦ ଜଣିଆ ପ୍ରତିନିଧି ଦଳ ଙ୍କ ଭୁବନେଶ୍ୱର ଯାଇ ଲିଖିତ ଆନ୍ଦୋଳନ ଚେତାବନୀ

 *ମାର୍ଚ୍ଚ ମାସ ସୁଦ୍ଧା ଦୂର ହେବ କି ଚିରା ଚରିତ ପାନୀୟ ଜଳ ସମସ୍ୟା,୧୦ ଜଣିଆ ପ୍ରତିନିଧି ଦଳ ଙ୍କ ଭୁବନେଶ୍ୱର ଯାଇ ଲିଖିତ ଆନ୍ଦୋଳନ ଚେତାବନୀ*






ବଲାଙ୍ଗୀର/ଟିଟିଲାଗଡ,:*ପ୍ରଚଣ୍ଡ ରୌଦ୍ରତାପରେ ଉତ୍ତପ୍ତ ଓଡ଼ିଶା ର ତଥଲାଗଡ ରୂପେ ପରିଚିତ ଟିଟିଲାଗଡ ଅଞ୍ଚଳ ରେ ଡବଲ ଇଞ୍ଜିନ ଶାସନ କାଳରେ ପାନୀୟ ଜଳ ଯୋଗାଣ ସମସ୍ୟା ରେ ବ୍ୟାପକ ଅନିୟମିତତା, ଜାଲିଆତି ବିରୋଧ ରେ ଅଞ୍ଚଳ ର ଏକ ସ୍ବତନ୍ତ୍ର ଟିମ୍ ରାଜଧାନୀ ଭୁବନେଶ୍ଵର ଯାଇ ଗୁରୁତର ଅଭିଯୋଗ କରିଛନ୍ତି*।

*ପ୍ରକାଶ ଯେ, ଡିର୍ଘ ବର୍ଷ ର ପୂର୍ବ ସରକାର ଅମଳରେ ଏହି ଜଳ ସମସ୍ୟା ର ସ୍ତାୟୀ ପ୍ରତିକାର ପାଇଁ ସ୍ବତନ୍ତ୍ର ଯୋଜନା ରେ କୋଟି, କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି*

*ଅତ୍ୟନ୍ତ ପରିତାର ର ବିଷୟ ଯେ ସବୁ ବଡ, ବଡ ଓଭର ହ୍ୟାଡ ଟ୍ୟଙ୍କ ନିର୍ମାଣ କରି ସୂଚନା ଫଳକ ଓ କାଗଜ, ପତ୍ର ଜାଲିଆତି କରି ଦେଇ ବର୍ତମାନ ସୁଦ୍ଧା ସେଇ ଅବସ୍ଥା ରେ ଛାଡି ଦିଆ ଯାଇଛି*

*ବାରମ୍ବାର ଆପତ୍ତି ଅଭିଯୋଗ ସହ  ସତ୍ତ୍ଵେ ନିରାଶ ହୋଇ ମାନ୍ୟବର ଓଡ଼ିଶା ରାଜ୍ୟ ମୂଖ୍ୟମନ୍ତ୍ରୀ ତଥା ବିଭିନ୍ନ ଉଚ୍ଚ ପଦାଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ବିରାଟ ଗଣ ଆନ୍ଦୋଳନ ଚେତାବନୀ ଦିଆ ଯାଇଛି*

*ଇତି ମଧ୍ୟରେ ବିଶିଷ୍ଟ ଆଦିବାସୀ ନେତା ତଥା ସାଂସଦ ନିରଞ୍ଜନ ବିଶି ସ୍ବତନ୍ତ୍ର ଗସ୍ତ ରେ ଆସିଥିବା ବେଳେ ବିଭାଗୀୟ ଅଧିକାରୀ ଙ୍କ ସହ ସବିଶେଷ ଆଲୋଚନା ସହ ମାର୍ଚ୍ଚ ମାସ ୩୦ ତାରିଖ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବା ଧାର୍ଯ୍ୟ ହୋଇଛି*

 

*ଏହି ସମୟ ସୀମା ମଧ୍ୟରେ କାର୍ଯ୍ୟ ସମାପ୍ତ ହେବା ନେଇ ଜିଲ୍ଲା ମୁଖ୍ୟ ମୀନକେତନ କିସାନ୍ ସ୍ପଷ୍ଟ ଭାବେ ପ୍ରକାଶ କରିଛନ୍ତି*


*ବର୍ତ୍ତମାନ୍ ଏ ନେଇ ସାଧାରଣ ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗିବା ସହ  ଚିରା ଚରିତ ଭାବେ ସମସ୍ୟା ଉତ୍କଟ ରୂପ ଆଉ ଧାରଣ କରିବା ଚର୍ଚ୍ଚା ଜୋର ଧରିଛି*

*ସେହିପରି କଣ୍ଟାବାଞ୍ଜି ଦାଇତ୍ୱ ରେ ଥିବା ଯନ୍ତ୍ରୀ ଉକ୍ତ ଅଞ୍ଚଳ ରେ ଏ ଦିଗରେ ଯୁଦ୍ଧ ଭିତ୍ତି କାଳୀନ ପଦକ୍ଷେପ ନେବା ନିତାନ୍ତ ଆବଶ୍ୟକ ହୋଇ ଥିବା ବେଳେ ନାନା ପ୍ରକାର ସମସ୍ୟା ଆବଶ୍ୟକୀୟ ସରଞ୍ଜାମ ଚୋରି ହୋଇ ଆସୁଛି ଓ ଏ ନେଇ ପୋଲିସ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି ପ୍ରକାଶ କରିଛନ୍ତି*


*ବିଭାଗୀୟ ମନ୍ତ୍ରୀ ଟିଟିଲାଗଡ ଗସ୍ତ କରି ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ଦେବା ସହ ନିଜେ ଗଣ ମାଧ୍ୟମ ପ୍ରତିନିଧି ଙ୍କ ଆଗରେ ଭଗବାନ ରାମ ଚନ୍ଦ୍ର ସବୁ କରି ପାରିଲେନି ଭଳି ଉକ୍ତି ଦେବା ନେଇଁ ଏବେ  ବିଭିନ୍ନ ମହଲ ରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ସହ ନିନ୍ଦା କରାଯାଇ ଆସୁଛି ।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS